News Room Odisha
BREAKING
Odia

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଗିରଫରୁ ସୁରକ୍ଷା ପାଇଁ କେଜ୍ରିୱାଲଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ଇଡି ଟିମ୍ ତାଙ୍କ ବାସଭବନରେ ପହଞ୍ଚିଥିଲା । ‌କିଛି ମିନିଟ୍ ପଚରାଉଚରା କରିବା ପରେ ଆପର ଜାତୀୟ ଆବାହକ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ସୈାରଭ ଭରଦ୍ୱାଜ ମଧ୍ୟ ଟ୍ୱିଟ୍ କରି ଏହି ଖବର [...]

Admin•March 21, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଗିରଫରୁ ସୁରକ୍ଷା ପାଇଁ କେଜ୍ରିୱାଲଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ଇଡି ଟିମ୍ ତାଙ୍କ ବାସଭବନରେ ପହଞ୍ଚିଥିଲା । ‌କିଛି ମିନିଟ୍ ପଚରାଉଚରା କରିବା ପରେ ଆପର ଜାତୀୟ ଆବାହକ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ସୈାରଭ ଭରଦ୍ୱାଜ ମଧ୍ୟ ଟ୍ୱିଟ୍ କରି ଏହି ଖବର ନିଶ୍ଚିତ କରିଛନ୍ତି। କେଜ୍ରିୱାଲଙ୍କ ଘର‌ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଇଡି ଆକ୍ସନ ବିରୋଧରେ ଆସନ୍ତାକାଲି ସୁପ୍ରିମକୋର୍ଟ‌ରେ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ହେବ ବୋଲି ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଛନ୍ତି।

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଗିରଫରୁ ସୁରକ୍ଷା ପାଇଁ କେଜ୍ରିୱାଲଙ୍କ ଆବେଦ ଖାରଜ କରି ଦେଇଥିଲେ । ଏହାର କିଛି ମିନିଟ୍ ପରେ ଇଡି ଟିମ୍ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପୂର୍ବରୁ ୯ ଥର ସମନ ଜାରି କରିଥିଲେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥରେ ବି ହାଜର ହୋଇନଥିଲେ । ଇଡି ସମନକୁ ବେଆଇନ ବୋଲି କହିଥିଲେ କେଜ୍ରିୱାଲ। ସେପଟେ ଆପ୍ ଅଭିଯୋଗ କରିଛି ଯେ କେଜ୍ରିୱାଲଙ୍କୁ ଗିରଫ‌ କରି ବିଜେପି ଆପ୍ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ସବୁଠୁ ହାଇ ପ୍ରୋଫାଇଲ୍ ବ୍ୟକ୍ତି। ତାଙ୍କ ପୂର୍ବରୁ ଇଡି କିଛି ଦିନ ତଳେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ.କବିତାଙ୍କୁ ଗିରଫ କରିଥିଲା। ଏହାଛଡ଼ା ଏହି ମାମଲାରେ କେଜ୍ରିୱାଲଙ୍କ ସହଯୋଗୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ ମଧ୍ୟ ଗିରଫ ହୋଇ ସମ୍ପ୍ରତି ଜେଲରେ ଅଛନ୍ତି।

#Odia#Odisha#News
Share Article:

Related Articles