News Room Odisha
BREAKING
Odia

ପ୍ରତ୍ୟେକ ଦିନ ତୁଳସୀ ଗଛ ପୂଜାର ଫାଇଦା

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି ଓ ଭଗବାନ ଙ୍କ ଉପରେ ବିଶ୍ୱାସ କରନ୍ତି । ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ଆଦି କରା ଜାଏ । ହିନ୍ଦୁ ଧର୍ମ ରେ ୩୩ କୋଟି ଦେବୀ ଦେବତା [...]

Admin•March 23, 2024
Share Article:

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି ଓ ଭଗବାନ ଙ୍କ ଉପରେ ବିଶ୍ୱାସ କରନ୍ତି । ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ଆଦି କରା ଜାଏ ।

ହିନ୍ଦୁ ଧର୍ମ ରେ ୩୩ କୋଟି ଦେବୀ ଦେବତା ଙ୍କୁ ପୂଜା କରାଯାଇ ଥାଏ ସେଥିରେ ତୁଳସୀ ବା ମାତା ବୃନ୍ଦାବତୀଙ୍କ ପୂଜା ସବୁ ଘରେ କରାଯାଇ ଥାଏ। ସବୁ ଘରର ଅଗଣା ରେ ମାତା ବୃନ୍ଦାବତୀଙ୍କ ପୂଜା କରାଯାଇ ଥାଏ। ତେବେ ତୁଳସୀ ଗଛର ବୈଜ୍ଞାନିକ ମତରେ ମଧ୍ୟ ଅନେକ ମହତ୍ତ୍ଵ ରହିଛି ।

ତୁଳସୀ ଗଛର ପତ୍ର ରସ ରେ ଅନେକ ରୋଗ ଭଲ ହୋଇଥାଏ । ଅନେକ ରୋଗ ର ନିରାକରଣ ଏହି ତୁଳସୀ ପତ୍ର ହୋଇଥାଏ । ତୁଳସୀ ର ସେବନ ଦ୍ଵାରା ଅନେକ ଲାଭ ହୋଇଥାଏ ଆଜି ଆମେ ଏହି ଲେଖା ମାଧ୍ୟମ ରେ ତୁଳସୀ ର ଉପକାରିତା ବିଷୟ ରେ ଜାଣିବା

୧- ଜେଉଁ ବ୍ୟକ୍ତି ପ୍ରତିଦିନ ତୁଳସୀ ପତ୍ର ସେବନ କରିଥାଏ ତାକୁ ସମସ୍ତ ବ୍ରତ ର ଫଳ ମିଳିଥାଏ । ଶାସ୍ତ୍ର ଅନୁସାରେ ଏହା କରିବା ଦ୍ୱାରା ସମସ୍ତ ଭଗବାନ ଙ୍କ କୃପା ପ୍ରାପ୍ତି ହୋଇଥାଏ।

୨- ତୁଳସୀ ପତ୍ର କୁ ପାଣି ରେ ପକାଇ ଗାଧୋଇବା କୌଣସି ଏକ ପବିତ୍ର ତୀର୍ଥ ଯାତ୍ରାରେ ସ୍ନାନ କରିବା ସହିତ ସମାନ ହୋଇଥାଏ ଓ ସବୁ ଯଜ୍ଞ ର ଫଳ ପ୍ରାପ୍ତି ସହିତ ସମାନ ହୋଇଥାଏ।

୩- ଯେଉଁ ଘରର ଦ୍ଵାର ରେ ତୁଳସୀ ଗଛର ବାସ ହୋଇଥାଏ ବା ମାତା ବୃନ୍ଦାବତୀଙ୍କ ପୂଜା କରାଯାଏ ସେହି ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।

୪- ପ୍ରତିଦିନ ତୁଳସୀ ଚଉଁରା କୁ ପୂଜା କରି ପାଣି ଢ଼ାଳିବା ଦ୍ଵାରା ଘରେ ସର୍ବଦା ସୁଖ ଶାନ୍ତି ଓ ସମୃଦ୍ଧି ଲାଗି ରହିଥାଏ। ସେହିଘରେ ସମସ୍ତ ସମସ୍ୟା ଦୁର ହୋଇଥାଏ।

୫- ତୁଳସୀ ଗଛର ପୂଜା କରିବା ଦ୍ୱାରା ଘରର ସମୃଦ୍ଧି ନଷ୍ଟ ହୁଏନାହିଁ ଓ ଧନର ଅଭାବ କେବେ ହୁଏ ନାହିଁ ।

୬- ଶାସ୍ତ୍ର ଅନୁସାରେ ପ୍ରତିଦିନ ଗାଧୋଇ ସାରି ତୁଳସୀ ପତ୍ର ଖାଇବା ଦ୍ଵାରା ସବୁ ଦେବୀ ଦେବତା ଙ୍କ ଆଶୀର୍ବାଦ ମିଳିଥାଏ।

୭- ଯେଉଁ ଘର ଅଗଣା ମାତା ବୃନ୍ଦାବତୀଙ୍କ ପୂଜା କରାଯାଏ ସେହି ଘରେ କେବେ ମଧ୍ୟ କଳହ ଲାଗି ନଥାଏ ଓ ଅଶାନ୍ତି ର ସମାପ୍ତ ହୋଇଥାଏ ।

୮- ପ୍ରତିଦିନ ମାତା ବୃନ୍ଦାବତୀଙ୍କ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ରହି ଥାଆନ୍ତି ।

୯- ଶାସ୍ତ୍ର ଅନୁସାରେ ପ୍ରତିଦିନ ତୁଳସୀ ପତ୍ର ସହିତ ଦହି ଚିନି ମିଶାଇ ଖାଇବା ଦ୍ବାରା ସବୁ କାର୍ଯ୍ୟ ବିନା କୌଣସି ବାଧା ରେ ସମ୍ପନ୍ନ ହୋଇଥାଏ।

୧୦- ପ୍ରତିଦିନ ତୁଳସୀ ଖାଇବା ଦ୍ବାରା ଶରୀର ର ଉର୍ଜା କ୍ଷୟ ହୋଇ ନଥାଏ ।

୧୧- ତୁଳସୀ ପତ୍ର ପ୍ରତିଦିନ ଖାଇବା ଦ୍ବାରା ମାନସିକ ଚିନ୍ତା ଦୁର ହୋଇଥାଏ।

୧୨- ପ୍ରତିଦିନ ତୁଳସୀ ପତ୍ର ସେବନ ଦ୍ୱାରା ମନ ଶାନ୍ତ ରୁହେ , ସମସ୍ତ କାର୍ଯ୍ୟ ରେ ସଫଳତା ମିଳିଥାଏ ।

#Odia#Odisha#News
Share Article:

Related Articles