News Room Odisha
BREAKING
Odia

ନିର୍ବାଚନୀ ବଣ୍ଡ୍: ଭୁଶୁଡ଼ିଥିବା ଉତ୍ତରାଖଣ୍ଡ ଟନେଲ ନିର୍ମାଣ ସହ ଜଡ଼ିତ କମ୍ପାନୀ ବିଜେପିକୁ ଦେଇଛି ୫୫ କୋଟି ଚାନ୍ଦା

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ (ଏନଇସି) ନିର୍ବାଚନୀ ବଣ୍ଡ୍ ଜରିଆରେ ବିଜେପିକୁ ୫୫ କୋଟି ଚାନ୍ଦା ଦେଇଛି। ନିର୍ବାଚନ କମିଶନ ସାର୍ବଜନୀନ କରିଥିବା ବଣ୍ଡ୍ ତଥ୍ୟରୁ ଏହା ଜଣାପଡ଼ିଛି। ଏହି କମ୍ପାନୀ ଉତ୍ତରାଖଣ୍ଡର ସିଲ୍କୟାରା-ବାରକୋଟ ଟନେଲ ନିର୍ମାଣର ଠିକା ନେଇଛି ଯାହା ଗତବର୍ଷ ଭୁଶୁଡି ପଡ଼ିଥିଲା । ନିର୍ମାଣାଧୀନ ଏହି ଟନେଲର ଏକ ଅଂଶ ନଭେମ୍ବର ୧୨, ୨୦୨୩ରେ ଭୁଶୁଡ଼ି ପଡ଼ିବାରୁ ୪୧ ଜଣ ଶ୍ରମିକ ଭିତରେ ଫସି ଯାଇଥିଲେ। ଦୀର୍ଘ ଦିନର [...]

Admin•March 23, 2024
Share Article:

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ (ଏନଇସି) ନିର୍ବାଚନୀ ବଣ୍ଡ୍ ଜରିଆରେ ବିଜେପିକୁ ୫୫ କୋଟି ଚାନ୍ଦା ଦେଇଛି। ନିର୍ବାଚନ କମିଶନ ସାର୍ବଜନୀନ କରିଥିବା ବଣ୍ଡ୍ ତଥ୍ୟରୁ ଏହା ଜଣାପଡ଼ିଛି। ଏହି କମ୍ପାନୀ ଉତ୍ତରାଖଣ୍ଡର ସିଲ୍କୟାରା-ବାରକୋଟ ଟନେଲ ନିର୍ମାଣର ଠିକା ନେଇଛି ଯାହା ଗତବର୍ଷ ଭୁଶୁଡି ପଡ଼ିଥିଲା ।

ନିର୍ମାଣାଧୀନ ଏହି ଟନେଲର ଏକ ଅଂଶ ନଭେମ୍ବର ୧୨, ୨୦୨୩ରେ ଭୁଶୁଡ଼ି ପଡ଼ିବାରୁ ୪୧ ଜଣ ଶ୍ରମିକ ଭିତରେ ଫସି ଯାଇଥିଲେ। ଦୀର୍ଘ ଦିନର ପରିଶ୍ରମ ପରେ ଏହି ଶ୍ରମିକମାନଙ୍କୁ ନଭେମ୍ବର ୨୮ରେ ଉଦ୍ଧାର କରାଯାଇଥିଲା।

ନିର୍ବାଚନ କମିଶନଙ୍କ ଓ୍ବେବସାଇଟରେ ଅପଲୋଡ୍ ହୋଇଥିବା ତଥ୍ୟ ମୁତାବକ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ ଏପ୍ରିଲ୍ ୧୯, ୨୦୧୯ ଠାରୁ ଅକ୍ଟୋବର ୧୦, ୨୦୨୨ ମଧ୍ୟରେ ୧ କୋଟି ମୂଲ୍ୟର ୫୫ଟି ନିର୍ବାଚନୀ ବଣ୍ଡ୍ କିଣିଥିଲା‌ । ଏହି କମ୍ପାନୀ ଉପରେ ୨୦୧୮ରେ ଆୟକର ଚଢ଼ାଉ ମଧ୍ୟ ହୋଇଥିଲା ।

ସିଲ୍କୟାରା-ବାରକୋଟ ଟନେଲ୍ ପ୍ରକଳ୍ପକୁ ୨୦୧୮ରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ମଞ୍ଜୁରି ଦେଇଥିଲା । ଏହି ପ୍ରକଳ୍ପ ୨୦୨୨ ମସିହାରେ ଶେଷ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ଏହାର ସମୟସୀମା ବହୁଥର ବୃଦ୍ଧି କରାଗଲାଣି ।

ବିଜେପିକୁ ୫୫ କୋଟି ଚାନ୍ଦା ବାବଦରେ ନବଯୁଗ ଇଞ୍ଜିନିୟରିଂ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

ବିଜେପି ବିଭିନ୍ନ କମ୍ପାନୀ ଓ ବ୍ୟବସାୟୀଙ୍କୁ ଇଡି, ଆୟକର ଓ ସିବିଆଇ ଭୟ ଦେଖାଇ ନିର୍ବାଚନୀ ବଣ୍ଡ୍ ଜରିଆରେ ଶହ ଶହ କୋଟି ଚାନ୍ଦା ନେଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତିି । ଚାନ୍ଦା ବଦଳରେ ବିଭିନ୍ନ କମ୍ପାନୀ ଓ ବ୍ୟବସାୟୀ ବିଜେପି ତରଫରୁ ଠିକା ଅନ୍ୟାନ୍ୟ ଅନୁଗ୍ରହ ପାଇଥିବା ଅଭିଯୋଗ ହୋଇଛି ।

#Odia#Odisha#News
Share Article:

Related Articles