News Room Odisha
BREAKING
Odia

ଗିରଫଦାରୀ ବିରୋଧରେ ହାଇକୋର୍ଟ ଗଲେ କେଜ୍ରିୱାଲ , ଜରୁରି ଶୁଣାଣି ସମ୍ଭାବନା ନାହିଁ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ତାଙ୍କ ଆବେଦନର ତୁରନ୍ତ ଶୁଣାଣି ହେବା ସମ୍ଭାବନା ନାହିଁ । ହୋଲି କାରଣରୁ କୋର୍ଟ ବନ୍ଦ ଥିବାରୁ ମାର୍ଚ୍ଚ ୨୭ ପୂର୍ବରୁ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ହେବା ସମ୍ଭାବନା ନାହିଁ ବୋଲି କୋର୍ଟ ସୂତ୍ରରୁ ପ୍ରକାଶ । ଆମ୍ ଆଦମୀ [...]

Admin•March 23, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ତାଙ୍କ ଆବେଦନର ତୁରନ୍ତ ଶୁଣାଣି ହେବା ସମ୍ଭାବନା ନାହିଁ । ହୋଲି କାରଣରୁ କୋର୍ଟ ବନ୍ଦ ଥିବାରୁ ମାର୍ଚ୍ଚ ୨୭ ପୂର୍ବରୁ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ହେବା ସମ୍ଭାବନା ନାହିଁ ବୋଲି କୋର୍ଟ ସୂତ୍ରରୁ ପ୍ରକାଶ ।

ଆମ୍ ଆଦମୀ ପାର୍ଟି (ଆପ୍) ର ସୂତ୍ରରୁ ପ୍ରକାଶ ଯେ ଯଦି ସମ୍ଭବ ତେବେ ଏହାର ଲିଗାଲ୍ ଟିମ୍ ହାଇକୋର୍ଟଙ୍କୁ ରବିବାର ହିଁ ଶୁଣାଣି କରିବାକୁ ଅନୁରୋଧ କରିବ । ହାଇକୋର୍ଟରେ ଦାଖଲ ତାଙ୍କ ପିଟିସନରେ କେଜ୍ରିୱାଲ ଯୁକ୍ତି କରିଛନ୍ତିି ଯେ ତାଙ୍କ ଗିରଫଦାରୀ ଓ ରିମାଣ୍ଡ ବେଆଇନ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ।

ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଶୁକ୍ରବାର କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଥିଲେ।

ଅବକାରୀ ଦୁର୍ନୀତି ମାମଲାରେ ଇଡି ଗୁରୁବାର ରାତିରେ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା।ହାଇକୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରିବାର କିଛି ଘଣ୍ଟା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ସମନ ସହ ସମସ୍ତ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ କେଜ୍ରିୱାଲ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ।

ଦିଲ୍ଲୀ ଆପ୍ ସରକାରଙ୍କ ଅବକାରୀ ନୀତି ୨୦୨୧-୨୨ ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ପରେ ଏହି ନୀତିକୁ କେଜ୍ରିୱାଲ ସରକାର ରଦ୍ଦ କରିଥିଲେ ।

ଏହି ମାମଲାରେ ପୂର୍ବରୁ ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ କରାଯାଇଥିଲା । ଉଭୟ ସମ୍ପ୍ରତି ଜେଲରେ ଅଛନ୍ତି । ଇଡି ଦ୍ୱାରା ଦାଖଲ ଚାର୍ଜସିଟରେ କେଜ୍ରିୱାଲଙ୍କ ନାମ ଅନେକ ଥର ଉଲ୍ଲେଖ କରାଯାଇଛି।

#Odia#Odisha#News
Share Article:

Related Articles