News Room Odisha
BREAKING
Odia

ବିଲ୍ ଝୁଲାଇ ରଖିବା ନେଇ ରାଷ୍ଟ୍ରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

ନୂଆଦିଲ୍ଲୀ: ରାଜ୍ୟ ବିଧାନସଭା ଦ୍ୱାରା ପାରିତ ଚାରିଟି ବିଲକୁ ରାଷ୍ଟ୍ରପତି ମଞ୍ଜୁରି ନ ଦେବାରୁ କେରଳ ସରକାର ଏନେଇ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିଲ୍ ଗୁଡ଼ିକ ମଧ୍ୟରେ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (ନମ୍ବର ୨) ବିଲ୍, ୨୦୨୧, କେରଳ ସମବାୟ ସମିତି (ସଂଶୋଧନ) ବିଲ୍, ୨୦୨୨, ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍, ୨୦୨୨ ଏବଂ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (ନମ୍ବର ୩) ବିଲ୍, ୨୦୨୨ ସାମିଲ । କୌଣସି କାରଣ ନ ଦର୍ଶାଇ [...]

Admin•March 24, 2024
Share Article:

ନୂଆଦିଲ୍ଲୀ: ରାଜ୍ୟ ବିଧାନସଭା ଦ୍ୱାରା ପାରିତ ଚାରିଟି ବିଲକୁ ରାଷ୍ଟ୍ରପତି ମଞ୍ଜୁରି ନ ଦେବାରୁ କେରଳ ସରକାର ଏନେଇ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିଲ୍ ଗୁଡ଼ିକ ମଧ୍ୟରେ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (ନମ୍ବର ୨) ବିଲ୍, ୨୦୨୧, କେରଳ ସମବାୟ ସମିତି (ସଂଶୋଧନ) ବିଲ୍, ୨୦୨୨, ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) ବିଲ୍, ୨୦୨୨ ଏବଂ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ) (ନମ୍ବର ୩) ବିଲ୍, ୨୦୨୨ ସାମିଲ ।

କୌଣସି କାରଣ ନ ଦର୍ଶାଇ ଏହି ବିଲ୍‌ ଗୁଡ଼ିକୁ ରାଷ୍ଟ୍ରପତି ମଞ୍ଜୁରି ନ ଦେବା ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିବାକୁ ସିପିଆଇ (ଏମ୍) ନେତୃତ୍ୱାଧୀନ ରାଜ୍ୟର ଏଲଡିଏଫ୍ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତିି। ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ ସଚିବ, ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ତାଙ୍କ ଅତିରିକ୍ତ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି‌ କେରଳ ସରକାର।

କେରଳ ସରକାର ତରଫରୁ ଦାଖଲ ଆବେଦନରେ କୁହାଯାଇଛି ଯେ, ରାଜ୍ୟପାଳ ୭ଟି ବିଲକୁ ନିଜେ ବିଚାର ନ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ଏହି ୭ଟି ବିଲ୍ ମଧ୍ୟରୁ କୌଣସିଟିରେ ବି କେନ୍ଦ୍ର-ରାଜ୍ୟ ସମ୍ପର୍କ ସହ କିଛି ଜଡ଼ିତ ନାହିଁ। ଏହା ସତ୍ତ୍ଵେ ଏହି ବିଲ୍ ଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି । ଏହା ପୂର୍ବରୁ ମଧ୍ୟ ବିଧାନସଭା ଦ୍ବାରା ପାରିତ ଅନେକ ବିଲକୁ ମଞ୍ଜୁରି ନ ଦେବାରୁ ରାଜ୍ୟପାଳଙ୍କ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଯାଇଥିଲେ କେରଳ ସରକାର। ଏନେଇ ନଭେମ୍ବର ୨୦ରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ୍ ଜାରି କରି ଜବାବ ତଲବ କରିଥିଲେ ସୁପ୍ରିମକୋର୍ଟ ।

#Odia#Odisha#News
Share Article:

Related Articles