News Room Odisha
BREAKING
Odia

କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ପାଇଁ ଅଡ଼ୁଆରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରନାୱତ ଆଗାମୀ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି କଙ୍ଗନା । ତେବେ କଙ୍ଗନାଙ୍କୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ଏକ ପୋଷ୍ଟ ଯୋଗୁ ବିବାଦ ସୃଷ୍ଟି ହୋଇଛି । ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିବା ଏହି ପୋଷ୍ଟ ଭାଇରାଲ ହେବା ପରେ ସୁପ୍ରିୟା ଶ୍ରୀନେତ୍ ତାହା ଡିଲିଟ୍ କରିଦେଇଛନ୍ତି । ଏଭଳି ଆପତ୍ତିଜନକ ପୋଷ୍ଟ ପାଇଁ ଏହି [...]

Admin•March 26, 2024
Share Article:

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରନାୱତ ଆଗାମୀ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି କଙ୍ଗନା । ତେବେ କଙ୍ଗନାଙ୍କୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ଏକ ପୋଷ୍ଟ ଯୋଗୁ ବିବାଦ ସୃଷ୍ଟି ହୋଇଛି । ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିବା ଏହି ପୋଷ୍ଟ ଭାଇରାଲ ହେବା ପରେ ସୁପ୍ରିୟା ଶ୍ରୀନେତ୍ ତାହା ଡିଲିଟ୍ କରିଦେଇଛନ୍ତି । ଏଭଳି ଆପତ୍ତିଜନକ ପୋଷ୍ଟ ପାଇଁ ଏହି କଂଗ୍ରେସ ନେତ୍ରୀଙ୍କୁ ଜବାବ ମଧ୍ୟ ଦେଇଛନ୍ତି କଙ୍ଗନା । ବିଜେପି ମଧ୍ୟ ଶ୍ରୀନେତ୍ ଓ କଂଗ୍ରେସକୁ ଘେରିଛି । ଏପରିକି ଏହି ମାମଲା ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନିକଟକୁ ଯାଇଛି। ଜାତୀୟ ମହିଳା କମିଶନ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସୁପ୍ରିୟା ଶ୍ରୀନେତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

କଙ୍ଗନାଙ୍କୁ ନେଇ ସୁପ୍ରିୟା ଶ୍ରୀନେତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ବିବାଦୀୟ ପୋଷ୍ଟ କରାଯାଇଥିଲା।
କଙ୍ଗନାଙ୍କ ଏକ ଫଟୋ ଥିବା ଏହି ପୋଷ୍ଟ କ୍ୟାପସନରେ ସୁପ୍ରିୟା ଲେଖିଥିଲେ, “ମଣ୍ଡିରେ ଏହାର ଦର କେତେ ମୋତେ କେହି କହିପାରିବେ କି?”

ସୁପ୍ରିୟା ଶ୍ରୀନେତଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ବିବାଦ ଉଠିଥିଲା । ଏନେଇ ସୁପ୍ରିୟା ଶ୍ରୀନେତ ଓ କଂଗ୍ରେସ ଦଳକୁ ମହିଳା ବିରୋଧୀ କହି ବିଜେପି ଟାର୍ଗେଟ କରିଥିଲା ।

ବିବାଦ ବଢ଼ିବା ପରେ ଶ୍ରୀନେତ୍ ତାଙ୍କ ପୋଷ୍ଟ ନେଇ ସଫେଇ ଦେଇଥିଲେ। ଏହି କଂଗ୍ରେସ ନେତ୍ରୀ କହିଥିଲେ, ମୋର ମେଟା ଆକାଉଣ୍ଟ (ଏଫବି ଓ ଇନଷ୍ଟାଗ୍ରାମ)କୁ ଆକ୍ସେସ୍ ଥିବା ବ୍ୟକ୍ତି ଏହି ଆପତ୍ତିଜନକ ପୋଷ୍ଟ କରିଛନ୍ତି। ଏହାକୁ ହଟାଇ ଦିଆଯାଇଛି | ଯିଏ ମୋତେ ଜାଣନ୍ତି, ସେମାନେ ଏହା ନିଶ୍ଚୟ ଜାଣିଥିବେ ଯେ ମୁଁ କୌଣସି ମହିଳାଙ୍କୁ ନେଇ ଏପରି ବୟାନ ଦିଏ ନାହିଁ | ଟ୍ୱିଟରରେ ମଧ୍ୟ ମୋର ଏକ ପାରୋଡି (ନକଲି) ଆକାଉଣ୍ଟ ସୃଷ୍ଟି କରାଯାଇ ମୋ ନାଁରେ ବିବାଦୀୟ ପୋଷ୍ଟ ସେୟାର କରାଯାଉଛି | ଏନେଇ ସେ ଅଭିଯୋଗ କରିଛନ୍ତିି ବୋଲି ଶ୍ରୀନେତ୍ କହିଛନ୍ତିି ।

#Odia#Odisha#News
Share Article:

Related Articles