News Room Odisha
BREAKING
Odia

ଶଙ୍ଖ ଫୁଙ୍କିଲେ ସୁରଙ୍କ ସାନପୁଅ ମନ୍ମଥ

ଭୁବନେଶ୍ୱର – ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଭୁବନେଶ୍ୱରରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପାଇଲଟ ମନ୍ମଥ ରାଉତରାୟ। ସେ ପାଇଲଟ ଚାକିରି ଛାଡ଼ିବା ପରେ ରାଜନୀତି ପ୍ରତି ମନ ବଳାଇଥିଲେ। ସେ କେଉଁ ଦଳରେ ଯୋଗ ଦେବେ, ସେ ନେଇ ଗତ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ହେଉଥିଲା [...]

Admin•March 27, 2024
Share Article:

ଭୁବନେଶ୍ୱର – ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଭୁବନେଶ୍ୱରରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପାଇଲଟ ମନ୍ମଥ ରାଉତରାୟ। ସେ ପାଇଲଟ ଚାକିରି ଛାଡ଼ିବା ପରେ ରାଜନୀତି ପ୍ରତି ମନ ବଳାଇଥିଲେ। ସେ କେଉଁ ଦଳରେ ଯୋଗ ଦେବେ, ସେ ନେଇ ଗତ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ବାପା ସୁରେଶ ରାଉତରାୟ ମଧ୍ୟ ମନ୍ମଥଙ୍କ ବାବଦରେ ବିଭିନ୍ନ ବୟାନ ଦେଉଥିଲେ । ଆଜି ବିଜେଡିରେ ମନ୍ମଥଙ୍କ ଯୋଗଦାନ ସହ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।
ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ ସମର୍ଥକମାନଙ୍କୁ ନେଇ ଶୋଭାଯାତ୍ରାରେ ଶଙ୍ଖ ଭବନ ଅଭିମୁଖେ ‌ଆସିଥିଲେ।

#Odia#Odisha#News
Share Article:

Related Articles