News Room Odisha
BREAKING
Odia

ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ସୁପରଭାଇଜର ଓ ଅବସରପ୍ରାପ୍ତ ଅମିନ

ଭୁବନେଶ୍ୱର – ଜମି ଅଧିଗ୍ରହଣ ସମ୍ପର୍କିତ ଫାଇଲ କାମ ପାଇଁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପାରାଦୀପର ବିଶେଷ ଜମି ଅଧିଗ୍ରହଣ କାର୍ଯ୍ୟାଳୟର ରାଜସ୍ୱ ସୁପରଭାଇଜର ଗଣେଶ ମଲ୍ଲିକ । ତାଙ୍କ ସହ ଜଣେ ଅବସରପ୍ରାପ୍ତ ଅମିନ କ୍ଷୀରୋଦ ରଥଙ୍କୁ ମଧ୍ୟ ଭିଜିଲାନ୍ସ ଧରିଛି । ଜମି ଅଧିଗ୍ରହଣ ସମ୍ପର୍କିତ ପେମେଣ୍ଟ ବାବଦ ଫାଇଲ ପ୍ରୋସେସିଂ ପାଇଁ ରାଜସ୍ୱ ସୁପରଭାଇଜର ଗଣେଶ ମଲ୍ଲିକ ଓ ଅବସରପ୍ରାପ୍ତ ଅମିନ ଅଭିଯୋଗକାରୀଙ୍କଠାରୁ ୪ ହଜାର ଟଙ୍କା [...]

Admin•March 28, 2024
Share Article:

ଭୁବନେଶ୍ୱର – ଜମି ଅଧିଗ୍ରହଣ ସମ୍ପର୍କିତ ଫାଇଲ କାମ ପାଇଁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପାରାଦୀପର ବିଶେଷ ଜମି ଅଧିଗ୍ରହଣ କାର୍ଯ୍ୟାଳୟର ରାଜସ୍ୱ ସୁପରଭାଇଜର ଗଣେଶ ମଲ୍ଲିକ । ତାଙ୍କ ସହ ଜଣେ ଅବସରପ୍ରାପ୍ତ ଅମିନ କ୍ଷୀରୋଦ ରଥଙ୍କୁ ମଧ୍ୟ ଭିଜିଲାନ୍ସ ଧରିଛି । ଜମି ଅଧିଗ୍ରହଣ ସମ୍ପର୍କିତ ପେମେଣ୍ଟ ବାବଦ ଫାଇଲ ପ୍ରୋସେସିଂ ପାଇଁ ରାଜସ୍ୱ ସୁପରଭାଇଜର ଗଣେଶ ମଲ୍ଲିକ ଓ ଅବସରପ୍ରାପ୍ତ ଅମିନ ଅଭିଯୋଗକାରୀଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗଣେଶ ମଲ୍ଲିକଙ୍କ ନିର୍ଦ୍ଦେଶ ମୁତାବକ ଅବସରପ୍ରାପ୍ତ ଅମିନ କ୍ଷୀରୋଦ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉଭୟଙ୍କୁ ମାଡ଼ି ବସିବା ସହ ଲାଞ୍ଚ ଟଙ୍କା ଜବତ କରିଛି। ପରେ ଉଭୟଙ୍କ ଗୋଟିଏ ଲେଖାଏଁ ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

#Odia#Odisha#News
Share Article:

Related Articles