News Room Odisha
BREAKING
Odia

ଗ୍ୟାଙ୍ଗଷ୍ଟର ମୁଖତାର୍ ଅନସାରୀଙ୍କ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲେ ପରିବାର ଲୋକ ଓ ବିରୋଧୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ବିଧାୟକ ମୁଖତାର୍ ଅନସାରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ହଠାତ୍ ଦେହ ଖରାପ ହୋଇଯିବାରୁ ଅଚେତ ଅବସ୍ଥାରେ ଅନସାରୀଙ୍କୁ ଜେଲରୁ ଗୁରୁବାର ରାତି ୮:୩୦ରେ ରାଣୀ ଦୁର୍ଗାବତୀ ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନସାରୀ ହଠାତ୍ ବାରାକରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଅନସାରୀଙ୍କ ଯେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ [...]

Admin•March 29, 2024
Share Article:

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ବିଧାୟକ ମୁଖତାର୍ ଅନସାରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ହଠାତ୍ ଦେହ ଖରାପ ହୋଇଯିବାରୁ ଅଚେତ ଅବସ୍ଥାରେ ଅନସାରୀଙ୍କୁ ଜେଲରୁ ଗୁରୁବାର ରାତି ୮:୩୦ରେ ରାଣୀ ଦୁର୍ଗାବତୀ ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନସାରୀ ହଠାତ୍ ବାରାକରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

ଅନସାରୀଙ୍କ ଯେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ ତାଙ୍କ ପୁଅ ଓମାର ସହ ଅନେକ ବିରୋଧୀ ନେତା ପ୍ରଶ୍ନ ଉଠାଇଛନ୍ତି। ଓମର କହିଛନ୍ତି ଯେ, ” ଖାଦ୍ୟରେ ତାଙ୍କୁ ସ୍ଲୋ ପଏଜନ୍ ଦିଆଯାଉଥିବା ନେଇ ତାଙ୍କ ବାପା କୋର୍ଟରେ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ। ସେହିପରି ଆରଜେଡି ନେତା ତେଜସ୍ଵୀ ଯାଦବ ମଧ୍ୟ ଜେଲରେ ଅନସାରୀଙ୍କ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କିଛି ଦିନ ପୂର୍ବରୁ ଅନସାରୀଙ୍କ ଭାଇ ତଥା ଗାଜିପୁର ସାଂସଦ ଅଫଜାଲ ଦାବି କରିଥିଲେ ଯେ ତାଙ୍କୁ ସ୍ଲୋ ପଏଜନ୍ ଦେଇ ହତ୍ୟା କରିବାକୁ ଉଦ୍ୟମ କରାଯାଉଛି।

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀ ୨୫ ଅକ୍ଟୋବର ୨୦୦୫ ଠାରୁ ଜେଲରେ ଥିଲେ। ତାଙ୍କ ନାଁରେ ୟୁପି, ଦିଲ୍ଲୀ ଏବଂ ପଞ୍ଜାବରେ ୬୦ରୁ ଊର୍ଦ୍ଧ୍ବ ମାମଲା ଥିଲା। ତାଙ୍କୁ ଦୁଇଟି ମାମଲାରେ ଆଜୀବନ କାରାଦଣ୍ଡ ମିଳିଥିଲା | ଅଫଜାଲ ଉତ୍ତର ପ୍ରଦେଶର ମାଉ ସଦର ଆସନରୁ ୫ ଥର ଓ ଗାଜିପୁରରୁ ଥରେ ବିଧାୟକ ହୋଇଥିଲେ । ଏହାଛଡା ସେ ଦୁଇଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ୨୦୨୨ ବିଧାନସଭା ନିର୍ବାଚନ ଲଢିନଥିଲେ । ଏହି ଆସନରୁ ତାଙ୍କ ପୁଅ ଆବାସ୍ ଅନସାରୀ ଏସବିଏସପି ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।

#Odia#Odisha#News
Share Article:

Related Articles