News Room Odisha
BREAKING
Odia

ବଢୁଛି ଖରା ତାତି, ଦିନ ସାଢେ ୧୧ ସୁଦ୍ଧା ୫ଟି ସହରରେ ପାରା ୩୫ ଡେଇଁଲା, ଚାନ୍ଦବାଲି ଉତ୍ତପ୍ତ

ଭୁବନେଶ୍ୱର – ରାଜ୍ୟରେ ଦିନକୁ ଦିନ ଖରା ତାତି ବଢ଼ିବାରେ ଲାଗିଛି। ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାଜ୍ୟର ଅନେକ ଜିଲ୍ଲାରେ ଅସହ୍ୟ ଖରା ତାତି ଅନୁଭୂତ ହେଉଛି। ଆଜି ଦିନ ସାଢେ଼ ୧୧ଟା ସୁଦ୍ଧା ହିଁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି। ୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୬ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। [...]

Admin•March 29, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଦିନକୁ ଦିନ ଖରା ତାତି ବଢ଼ିବାରେ ଲାଗିଛି। ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାଜ୍ୟର ଅନେକ ଜିଲ୍ଲାରେ ଅସହ୍ୟ ଖରା ତାତି ଅନୁଭୂତ ହେଉଛି। ଆଜି ଦିନ ସାଢେ଼ ୧୧ଟା ସୁଦ୍ଧା ହିଁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି। ୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୬ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୩୬, କେନ୍ଦୁଝରରେ ୩୬, ଝାରସୁଗୁଡାରେ ୩୫.୪, ସମ୍ବଲପୁରରେ ୩୫.୨, ହୀରାକୁଦରେ ୩୪.୬, ବାଲେଶ୍ୱରରେ ୩୪.୨,ରାଉରକେଲାରେ ୩୩.୪, ପୁରୀରେ ୩୨.୪,ପାରାଦୀପରେ ୩୧.୪ ଓ ଗୋପାଳପୁରରଜ ୩୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles