ବିଧାନସଭା ନିର୍ବାଚନ ପାଇଁ ବିଜେପିର ୧୧୨ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ନୂଆଦିଲ୍ଲୀ – ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୧୨ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଜେପି ଓଡ଼ିଶାର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ତାଲିକା ଅନୁସାରେ ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ସୁନ୍ଦରଗଡ଼ରୁ କୁସୁମ ଟେଟେ, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରୁ ଗୌତମ ରାୟ, କୋରେଇରୁ ଆକାଶ ଦାସ ନାୟକ ଓ ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି ।ତଳସରାରୁ ଭବାନୀଶଙ୍କର ଭୋଇ, ବୀରମିତ୍ରପୁରରୁ [...]
ନୂଆଦିଲ୍ଲୀ – ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୧୨ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଜେପି ଓଡ଼ିଶାର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ତାଲିକା ଅନୁସାରେ ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ସୁନ୍ଦରଗଡ଼ରୁ କୁସୁମ ଟେଟେ, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରୁ ଗୌତମ ରାୟ, କୋରେଇରୁ ଆକାଶ ଦାସ ନାୟକ ଓ ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି ।ତଳସରାରୁ ଭବାନୀଶଙ୍କର ଭୋଇ, ବୀରମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପାଲୀରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ସେବତୀ ନାଏକ,
କୁଚିଣ୍ଡାରୁ ରବି ନାରାୟଣ ନାଏକ, ରେଙ୍ଗାଲିରୁ ନାଉରୀ ନାଏକ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ପ୍ରତିଦ୍ବନ୍ଦ୍ବିତା କରିବେ।
ଆନନ୍ଦପୁରରୁ ଆଲୋକ ସେଠୀ, କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢ଼େଇ, ଭଦ୍ରକରୁ ସୀତାଂଶୁ ଶେଖର ମହାପାତ୍ର, ବିଂଝାରପୁରରୁ ବବିତା ମଲ୍ଲିକ ଓ ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରରୁ ଶତୃଘ୍ନ ଜେନା, ପରଜଙ୍ଗରୁ ବିଭୂତି ଭୂଷଣ ପ୍ରଧାନ, ପାଲଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳିନ୍ଦୀ ସାମଲ, ଛେଣ୍ଡିପଦାରୁ ଅଗସ୍ତି ବେହେରା ନିର୍ବାଚନ ଲଢ଼ିବେ।
ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱରରୁ ବ୍ରଜ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି । ବାଲେଶ୍ୱରରୁ ମାନସ ଦତ୍ତ, ରେମୁଣାରୁ ଗୋବିନ୍ଦ ଦାସ, ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଆଠମଲ୍ଲିକରୁ ସଂଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳା, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ବଲାଙ୍ଗିରରୁ ଗୋପାଳଜୀ ପାଣିଗ୍ରାହୀ ଓ ଟିଟିଲାଗଡ଼ରୁ ନବୀନ ଜୈନ ଲଢ଼ିବେ । କଣ୍ଟାବାଂଜିରୁ ଲକ୍ଷ୍ମଣ ବାଗ, ନୂଆପଡ଼ାରୁ ଅଭିନନ୍ଦନ ପଣ୍ଡା, ଖଡ଼ିଆଳରୁ ହିତେଶ ବଗର୍ତ୍ତୀ, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରୁ ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ ମେହେର, ଧର୍ମଗଡ଼ରୁ ସୁଧୀର ପାଟ୍ଟଯୋଶୀ, ନର୍ଲାରୁ ଅନୀରୁଦ୍ଧ ପ୍ରଧାନ, ବାଲିଗୁଡ଼ାରୁ କଳ୍ପନା କହଁର, ଜି.ଉଦୟଗିରିରୁ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀରୁ ଉମାଚରଣ ମଲ୍ଲିକ, କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ ପ୍ରତିଦ୍ବନ୍ଦ୍ବିତା କରିବେ ।
ବୌଦ୍ଧରୁ ସରୋଜ ପ୍ରଧାନ, ବଡ଼ମ୍ବାରୁ ସମ୍ବିତ ତ୍ରିପାଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼ରୁ ଅଭୟ ବାରିକ, ଚୌଦ୍ୱାରରୁ ନୟନ କିଶୋର ମହାନ୍ତି, ନିଆଳିରୁ ଛବି ମଲ୍ଲିକ, କଟକ ସଦରରୁ ପ୍ରକାଶ ସେଠୀ, ମାହାଙ୍ଗାରୁ ସୁମନ୍ତ ଘଡ଼େଇ, ପାଟକୁରାରୁ ତେଜେଶ୍ୱର ପରିଡ଼ା, ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକ ବିଜେପି ପ୍ରାର୍ଥୀ ହୋଇଛନ୍ତି। ପାରାଦୀପରୁ ସଂପଦ ସ୍ୱାଇଁ, ତିର୍ତ୍ତୋଲରୁ ରାଜକିଶୋର ବେହେରା, ନିମାପଡ଼ାରୁ ପ୍ରଭାତି ପରିଡ଼ା, ପୁରୀରୁ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରିରୁ ଉପାସନା ମହାପାତ୍ର, ସତ୍ୟବାଦୀରୁ ଓମ୍ ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ, ଜୟଦେବରୁ ଅରବିନ୍ଦ ଢ଼ାଲି ଲଢ଼ିବେ। ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ,ଭୁବନେଶ୍ୱର ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ର, ଏକାମ୍ରରୁ ବାବୁ ସିଂହ, ଜଟଣୀରୁ ବିଶ୍ୱରଂଜନ ବଡ଼ଜେନା, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ରଣପୁରରୁ ତାପସ ମାର୍ଥା, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ୱାଇଁ, ଦଶପଲ୍ଲାରୁ ରାଘବ ମଲ୍ଲିକ, ନୟାଗଡ଼ରୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ନିର୍ବାଚନ ଲଢ଼ିବେ ।
ଭଂଜନଗରରୁ ପ୍ରଦ୍ୟୁମ୍ନ ନାଏକ, ପୋଲସରାରୁ ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗରରୁ ପ୍ରତାପ ନାୟକ, ଖଲ୍ଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରରୁ କୃଷ୍ଣଚନ୍ଦ୍ର ନାୟକ, ଆସିକାରୁ ସରୋଜ ପାଢ଼ୀ, ସୋରଡ଼ାରୁ ନୀଳମଣି ବିଷୋୟୀ, ହିଞ୍ଜିଳିରୁ ଶିଶିର ମିଶ୍ର, ଗୋପାଳପୁରରୁ ବିଭୂତି ଜେନା, ବ୍ରହ୍ମପୁରରୁ କେ. ଅନୀଲ କୁମାର, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ଚିକିଟିରୁ ମନୋରଂଜନ ଦ୍ୟାନସାମନ୍ତରାୟ, ପାରଳାଖେମୁଣ୍ଡିରୁ କେ. ନାରାୟଣ ରାଓଙ୍କୁ ପ୍ରାର୍ଥୀ କରିଛି ବିଜେପି ।
ସେହିପରି ଗୁଣପୁରରୁ ତ୍ରିନାଥ ଗମାଙ୍ଗ, କୋରାପୁଟରୁ ରଘୁରାମ ମାଛ, ପଟ୍ଟାଙ୍ଗୀରୁ ଚୈତନ୍ୟ ହନ୍ତାଳ, ମାଲକାନଗିରିରୁ ନରସିଂହ ମାଡ଼କାମୀ, ପଦ୍ମପୁରରୁ ଗୋବର୍ଦ୍ଧନ ଭୁଏ, ବିଜେପୁରରୁ ସନତ ଗଡ଼ତିଆ, ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରାରୁ ନିହାର ମହାନନ୍ଦ, ଭଟଲୀରୁ ଈରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ ନିର୍ବାଚନ ଲଢ଼ିବେ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଲଢ଼ିବେ । ପାଟଣାଗଡ଼ରୁ କନକ ବର୍ଦ୍ଧନ ସିଂହଦେଓ, ଭବାନୀପାଟଣାରୁ ପ୍ରଦୀପ୍ତ ନାଏକ, ବ୍ରଜରାଜନଗରରୁ ସୁରେଶ ପୂଜାରୀ ନିର୍ବାଚନ ଲଢ଼ିବେ ।
BJP Releases Candidates List For Odisha Assembly Elections
Next Article‘କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ’, ପତଞ୍ଜଳି ବିଜ୍ଞାପନ ମାମଲାରେ ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
