News Room Odisha
BREAKING
Odia

ବିଜେପିରୁ ଇସ୍ତଫା ଦେଲେ ଦେବରାଜ

ଆସିକା: ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଦେବରାଜ ମହାନ୍ତି ଏବେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଗତଥର ବିଜେଡି ପ୍ରାର୍ଥିନୀ ମଞ୍ଜୁଳା ସ୍ବାଇଁ ଠାରୁ ପରାଜିତ ହୋଇଥିଲେ। ଦେବରାଜ ୩୫ ପ୍ରତିଶତ ବା ୩୯ ହଜାର ୯ ଶହ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ମଙ୍ଗଳବାର ବିଜେପି ଆସିବାରୁ ସରୋଜ ପାଢ଼ୀଙ୍କୁ ପ୍ରାର୍ଥୀ ଘୋଷଣା ପରେ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଦେବରାଜ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ [...]

Admin•April 2, 2024
Share Article:

ଆସିକା: ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଦେବରାଜ ମହାନ୍ତି ଏବେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଗତଥର ବିଜେଡି ପ୍ରାର୍ଥିନୀ ମଞ୍ଜୁଳା ସ୍ବାଇଁ ଠାରୁ ପରାଜିତ ହୋଇଥିଲେ। ଦେବରାଜ ୩୫ ପ୍ରତିଶତ ବା ୩୯ ହଜାର ୯ ଶହ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ମଙ୍ଗଳବାର ବିଜେପି ଆସିବାରୁ ସରୋଜ ପାଢ଼ୀଙ୍କୁ ପ୍ରାର୍ଥୀ ଘୋଷଣା ପରେ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଦେବରାଜ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମେଲ୍ ଯୋଗେ ଇସ୍ତଫା ପତ୍ର ପଠାଇଛନ୍ତି। ଶୁଭେଛୁ ଓ ସହଯୋଗୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles