News Room Odisha
BREAKING
Odia

ରାଜ୍ୟର ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ – ନିର୍ବାଚନ କମିଶନ ଆଜି ଓଡିଶାର ୮ ଜଣ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ହେଉନଥିବା ସ୍ଥାନକୁ ୮ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ବଦଳି କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨ ଜିଲ୍ଲାପାଳ , ୫ ଏସପି ଓ ଜଣେ ଆଇଜିଙ୍କୁ ବଦଳି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ [...]

Admin•April 2, 2024
Share Article:

ନୂଆଦିଲ୍ଲୀ – ନିର୍ବାଚନ କମିଶନ ଆଜି ଓଡିଶାର ୮ ଜଣ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ହେଉନଥିବା ସ୍ଥାନକୁ ୮ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ବଦଳି କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨ ଜିଲ୍ଲାପାଳ , ୫ ଏସପି ଓ ଜଣେ ଆଇଜିଙ୍କୁ ବଦଳି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱରୀ, ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍, ସୁନ୍ଦରଗଡ଼ ଏସପି କନୱର ବିଶାଲ ସିଂହ, ଖୋର୍ଦ୍ଧା ଏସପି ଯୁଗକ କିଶୋର ବନୋଥ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ରଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହଙ୍କୁ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

#Odia#Odisha#News
Share Article:

Related Articles