ବ୍ରହ୍ମପୁର: ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରି ୯ ସ୍ବେଛାସେବୀ ପୁରସ୍କୃତ
ବ୍ରହ୍ମପୁର: ସେମାନେ ବିପଦର ମୁହୂର୍ତ୍ତରେ ସାଜିଥିଲେ ଜୀବନ ରକ୍ଷକ। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ- ମୃତ୍ୟୁ ସଂଘର୍ଷ କରୁଥିବା ବେଳେ ଏଇ ମାନବରୂପୀ ଦେବଦୂତମାନେ ପହଞ୍ଚି କେବଳ ଯେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିଥିଲେ ତା ନୁହେଁ, ଏଥିସହ ନିଜ ସମୟ, ସମ୍ବଳ ଓ ଶକ୍ତି ବ୍ୟୟ କରି ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିଥିଲେ। ଅନ୍ୟମାନେ କିଂକର୍ତ୍ତବ୍ୟବିମୁଢ ହୋଇ ଚାହିଁ ରହିଥିଲା ବେଳେ ଏମାନେ କିନ୍ତୁ ନିଜ ଆଡୁ ଆଗେଇ ଆସି ସହାୟତା କରିଥିଲେ। [...]
ବ୍ରହ୍ମପୁର: ସେମାନେ ବିପଦର ମୁହୂର୍ତ୍ତରେ ସାଜିଥିଲେ ଜୀବନ ରକ୍ଷକ। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ- ମୃତ୍ୟୁ ସଂଘର୍ଷ କରୁଥିବା ବେଳେ ଏଇ ମାନବରୂପୀ ଦେବଦୂତମାନେ ପହଞ୍ଚି କେବଳ ଯେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିଥିଲେ ତା ନୁହେଁ, ଏଥିସହ ନିଜ ସମୟ, ସମ୍ବଳ ଓ ଶକ୍ତି ବ୍ୟୟ କରି ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିଥିଲେ। ଅନ୍ୟମାନେ କିଂକର୍ତ୍ତବ୍ୟବିମୁଢ ହୋଇ ଚାହିଁ ରହିଥିଲା ବେଳେ ଏମାନେ କିନ୍ତୁ ନିଜ ଆଡୁ ଆଗେଇ ଆସି ସହାୟତା କରିଥିଲେ। ପୋଲିସ ଜେରା କିମ୍ବା ଅନ୍ୟ ଝାମେଲା ଅପେକ୍ଷା ଏମାନେ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାକୁ ଅଧିକ ଗୁରୁତ୍ଵ ଦେଇଥିଲେ। ଫଳରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳତା ମିଳିଥିଲା। ଏଭଳି ମହତ୍ କାର୍ଯ୍ୟ କରିଥିବା ସ୍ବେଚ୍ଛାସେବୀ (ଗୁଡ୍ ସାମାରିଟାନ୍) ମାନଙ୍କୁ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ପୁରସ୍କୃତ କରିଛନ୍ତି। ସେମାନଙ୍କ ମାନବୀୟ ବିଚାରବୋଧକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ବ୍ୟାପକ ସଚେତନତା ସତ୍ତ୍ବେ ଦିନକୁ ଦିନ ବଢୁଥିବା ଦୁର୍ଘଟଣା ଲାଗି ଧନଜୀବନ ହାନି ହେଉଛି। ଲୋକେ ନିଜ ଆତ୍ମୀୟ ସ୍ୱଜନ, ସମ୍ପର୍କୀୟ ତଥା ପରିବାରଲୋକଙ୍କୁ ହରାଇ ବେଶ୍ ଦୁଃଖ ଯନ୍ତ୍ରଣା ଭୋଗିଥାନ୍ତି। ଏଭଳି ପରିସ୍ଥିତିରେ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେଉଥିବା ସ୍ବେଛାସେବୀଙ୍କ ଉତ୍ସାହିତ କରିବା ସହ ଆର୍ଥିକ ପ୍ରୋତ୍ସାହନ ଦେବା ନେଇ ପରିବହନ ବିଭାଗ ପ୍ରଚଳନ କରିଛି ଏକ ଯୋଜନା- ଗୁଡ୍ ସାମାରିଟାନ୍ସ। ଏଥି ଅନ୍ତର୍ଗତ ମଙ୍ଗଳବାର ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ। ୯ ଜଣ ଏଭଳି ଗୁଡ୍ ସାମାରିଟାନ୍ସଙ୍କୁ ବ୍ରହ୍ମପୁର ଏସପି ମାନପତ୍ର ସହ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆରଟିଓ ମାନସ ରଞ୍ଜନ ସାହୁ ମଧ୍ୟ ଉପସ୍ଥିତ ଥିଲେ।
ଅସହ୍ୟ ଗ୍ରୀଷ୍ମ ତାତି : ୭ଟି ସହରର ତାପମାତ୍ରା ୪୧ ବା ଅଧିକ ଡିଗ୍ରୀ ସେଲସିୟସ, ମାଲକାନଗିରି ସବୁଠୁ ଉତ୍ତପ୍ତ
Next ArticleBhrugu Baxipatra Quits BJP, Likely To Join Biju Janata Dal
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
