News Room Odisha
BREAKING
Odia

ବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର – ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନିଜର ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନ ଯାଇ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଭୃଗୁ। ୨୦୧୯ରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିଲେ । ସେ ତିନି ଲକ୍ଷରୁ ଅଧିକ ଭୋଟ୍ ପାଇଥିଲେ। ପୂର୍ବତନ ବିଧାୟକ ସ୍ୱର୍ଗତ ହରିଶ ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ ହେଉଛନ୍ତି [...]

Admin•April 3, 2024
Share Article:

ଭୁବନେଶ୍ୱର – ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନିଜର ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନ ଯାଇ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଭୃଗୁ। ୨୦୧୯ରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିଲେ । ସେ ତିନି ଲକ୍ଷରୁ ଅଧିକ ଭୋଟ୍ ପାଇଥିଲେ। ପୂର୍ବତନ ବିଧାୟକ ସ୍ୱର୍ଗତ ହରିଶ ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ ହେଉଛନ୍ତି ଭୃଗୁ ବକ୍ସିପାତ୍ର।

#Odia#Odisha#News
Share Article:

Related Articles