News Room Odisha
BREAKING
Odia

ୟୁପି ମାଦ୍ରାସା ଆଇନ ରଦ୍ଦ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମାଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪କୁ ରଦ୍ଦ କରିବା ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଏହି ମାଦ୍ରାସା ଆଇନକୁ ‘ଅସାମ୍ବିଧାନିକ’ ଏବଂ ଧର୍ମନିରପେକ୍ଷତା ବିରୋଧୀ ଦର୍ଶାଇ ରଦ୍ଦ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟ ରାୟ ବିରୋଧରେ ଦାୟର ଆବେଦନ ସଂକ୍ରାନ୍ତରେ କେନ୍ଦ୍ର, ଉତ୍ତର ପ୍ରଦେଶ ସରକାର ଓ [...]

Admin•April 5, 2024
Share Article:

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମାଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪କୁ ରଦ୍ଦ କରିବା ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଏହି ମାଦ୍ରାସା ଆଇନକୁ ‘ଅସାମ୍ବିଧାନିକ’ ଏବଂ ଧର୍ମନିରପେକ୍ଷତା ବିରୋଧୀ ଦର୍ଶାଇ ରଦ୍ଦ କରିଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟ ରାୟ ବିରୋଧରେ ଦାୟର ଆବେଦନ ସଂକ୍ରାନ୍ତରେ କେନ୍ଦ୍ର, ଉତ୍ତର ପ୍ରଦେଶ ସରକାର ଓ ଅନ୍ୟ ମାନଙ୍କୁ ନୋଟିସ୍ ଜାରି କରିଛନ୍ତିି। ଏହି ଖଣ୍ଡପୀଠରେ ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା । ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ରଦ୍ଦ କରି ଖଣ୍ଡପୀଠ କହିଛନ୍ତି, ମାଦ୍ରାସା ବୋର୍ଡ ଏକ ନିୟାମକ ଭଳି । ଏହାର ଗଠନ ଧର୍ମନିରପେକ୍ଷତାର ଉଲ୍ଲଂଘନ ବୋଲି ଆହ୍ଲାବାଦ ହାଇକୋର୍ଟ ଟିପ୍ପଣୀ ଠିକ୍ ନୁହେଁ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ୨୦୦୪ ଆଇନର ପ୍ରାବଧାନର ଭୁଲ ବ୍ୟାଖ୍ୟା କରିଛନ୍ତି ହାଇକୋର୍ଟ।

ମାର୍ଚ୍ଚ ୨୨ରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ମାଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪କୁ “ଅସାମ୍ବିଧାନିକ” ବୋଲି ଘୋଷଣା କରିଥିଲେ ଏବଂ ଏହା ଧର୍ମନିରପେକ୍ଷତାର ପରିପନ୍ଥୀ ବୋଲି କହିଥିଲେ । ଏହାଛଡ଼ା ମାଦ୍ରାସା ଛାତ୍ରମାନଙ୍କୁ ସାଧାରଣ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ ।

ଅଂଶୁମାନ ସିଂହ ରାଠୋର ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଏହି ଆବେଦନରେ ଉତ୍ତର ପ୍ରଦେଶ ମାଦ୍ରାସା ବୋର୍ଡର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା।

#Odia#Odisha#News
Share Article:

Related Articles