News Room Odisha
BREAKING
Odia

ଅସମ୍ଭାଳ ତାତି : ୪୩ .୫ ଡିଗ୍ରୀ ସେଲସିୟସ ସହ ଭୁବନେଶ୍ବର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଅସମ୍ଭାଳ ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ଆଜି ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବର ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୪୩ .୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସିଝିଥିଲା ଭୁବନେଶ୍ୱର। ଚଳିତ ଗ୍ରୀଷ୍ମରେ ପ୍ରଥମ ଥର ପାଇଁ ରାଜ୍ୟର କୈାଣସି ସହରର ତାପମାତ୍ରା ୪୩ [...]

Admin•April 5, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଅସମ୍ଭାଳ ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ଆଜି ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବର ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୪୩ .୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସିଝିଥିଲା ଭୁବନେଶ୍ୱର। ଚଳିତ ଗ୍ରୀଷ୍ମରେ ପ୍ରଥମ ଥର ପାଇଁ ରାଜ୍ୟର କୈାଣସି ସହରର ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି । ଭୁବନେଶ୍ୱର ପଛକୁ ପାରଳାଖେମୁଣ୍ଡି ଦ୍ଵିତୀୟ ଉତ୍ତପ୍ତ ସହର ହୋଇଛି। ପାରଳାଖେମୁଣ୍ଡିରେ ୪୨.୬, ତାଳଚେରରେ ୪୨.୪, ମାଲକାନଗିରି ଏବଂ ବୌଦ୍ଧରେ ୪୨.୨, ଅନୁଗୁଳ ୪୨.୧, ବଲାଙ୍ଗିର, ଟିଟିଲାଗଡ଼, ନୟାଗଡ଼ରେ ୪୨, କଟକରେ ୪୦.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତାକାଲି ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

#Odia#Odisha#News
Share Article:

Related Articles