News Room Odisha
BREAKING
Odia

ଆଜି ବି କଲବଲ କରିବ ତାତି, ୧୪ଟି ଜିଲ୍ଲାକୁ ହିଟ୍‌ୱେଭ ସତର୍କତା

ଭୁବନେଶ୍ୱର – ସାରାରାଜ୍ୟରେ ଆଜି ବି କଲବଲ କରିବ ତାତି । ଆଜି ୧୪ଟି ଜିଲ୍ଲାକୁ ହିଟ୍‌ୱେଭ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଅନେକ ସ୍ଥାନରେ ଆଜି ବି ତାପମାତ୍ରା ଦୁଇ ତିନି ଡିଗ୍ରୀ ସେଲସିୟସ ଅଧିକ ରହିପାରେ। କାଲିଠାରୁ କାଳବୈଶାଖୀ ବର୍ଷା କିଛିଟା ଆଶ୍ୱସ୍ତି ଆଣିବା ସମ୍ଭାବନା ରହିଛି। ଗତକାଲି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିଲା । ୪୨ ଡିଗ୍ରୀ ସେଲସିୟସ ଉପରେ ଥିଲା ୯ଟି ସହରର ତାପମାତ୍ରା। ରାଜଧାନୀ ଭୁବନେଶ୍ବର [...]

Admin•April 6, 2024
Share Article:

ଭୁବନେଶ୍ୱର – ସାରାରାଜ୍ୟରେ ଆଜି ବି କଲବଲ କରିବ ତାତି । ଆଜି ୧୪ଟି ଜିଲ୍ଲାକୁ ହିଟ୍‌ୱେଭ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଅନେକ ସ୍ଥାନରେ ଆଜି ବି ତାପମାତ୍ରା ଦୁଇ ତିନି ଡିଗ୍ରୀ ସେଲସିୟସ ଅଧିକ ରହିପାରେ। କାଲିଠାରୁ କାଳବୈଶାଖୀ ବର୍ଷା କିଛିଟା ଆଶ୍ୱସ୍ତି ଆଣିବା ସମ୍ଭାବନା ରହିଛି।

ଗତକାଲି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିଲା । ୪୨ ଡିଗ୍ରୀ ସେଲସିୟସ ଉପରେ ଥିଲା ୯ଟି ସହରର ତାପମାତ୍ରା। ରାଜଧାନୀ ଭୁବନେଶ୍ବର ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଏଠାରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ରେକର୍ଡ କରାଯାଇଥିଲା । ଦେଶର ଦ୍ୱିତୀୟ ଓ ଏସିଆର ଷଷ୍ଠ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର। ଏହାଛଡା ଚଳିତ ଗ୍ରୀଷ୍ମ ଋତୁରେ ପ୍ରଥମ ଥର ପାଇଁ ରାଜ୍ୟର କୈାଣସି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଥିଲା ।

#Odia#Odisha#News
Share Article:

Related Articles