ବିଜେଡିରେ ସାମିଲ ହେଲେ ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ୱର – ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର ଉପସଭାପତି ଥିବା ଲେଖାଶ୍ରୀ ଆଜି ଦଳ ଛାଡିଥିଲେ । ବିଜେପିୟ ନୀତି ଯୋଗୁଁ ଜନସେବା ହୋଇ ପାରିବ ନାହିଁ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ଲେଖାଶ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଲେଖାଶ୍ରୀଙ୍କ ଯୋଗଦାନ [...]
ଭୁବନେଶ୍ୱର – ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର ଉପସଭାପତି ଥିବା ଲେଖାଶ୍ରୀ ଆଜି ଦଳ ଛାଡିଥିଲେ । ବିଜେପିୟ ନୀତି ଯୋଗୁଁ ଜନସେବା ହୋଇ ପାରିବ ନାହିଁ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ଲେଖାଶ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଲେଖାଶ୍ରୀଙ୍କ ଯୋଗଦାନ ଦ୍ୱାରା ବିଜେଡି ଆହୁରି ସୁସଂଗଠିତ ହେବ ବୋଲି ମଙ୍ଗରାଜ ଆଶା ପ୍ରକାଶ କରିଛନ୍ତି। ରାଜ୍ୟ ରାଜନୀତିର ସେ ଜଣେ ପରିଚିତ ନାଁ। ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଲେଖାଶ୍ରୀ ମିଡ଼ିଆ ଡିବେଟରେ ବନ୍ଧୁ ପରି କାମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଗଠନର ସ୍ବପ୍ନରେ ଲେଖାଶ୍ରୀଙ୍କ ଅବଦାନ ରହିବ ଐ ଦଳ ସୁସଂଗଠିତ ହେବ ।
ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖାଶ୍ରୀ ବିଜେଡିରେ ମିଶିଛନ୍ତି । ତାଙ୍କୁ ଦଳ ସ୍ୱାଗତ କରୁଛି । ପୂର୍ବରୁ ସେ ଆମ ସହ ମିଶି କାମ କରିବାର ସୁଯୋଗ ଥିଲା । କିଛି କାରଣରୁ ସେ ପଳେଇଥିଲେ । ଆଜି ସେ ଘରକୁ ଫେରିଛନ୍ତି ।
ଶଙ୍ଖ ଧରିବା ପରେ ଲେଖାଶ୍ରୀ କହିଛନ୍ତି ଯେ, ଆଜି ଖୋଲା ହୃଦୟରେ ଗ୍ରହଣ କରିଥିବାରୁ ସେ ବିଜେଡିକୁ ଧନ୍ୟବାଦ ଦେଉଛନ୍ତି । ସେ ବିଜେପି ଛାଡିଛନ୍ତି ।କୌଣସି ପରିବର୍ତ୍ତନ ସହଜ ନୁହେଁ । ହେଲେ ପରିବର୍ତ୍ତନ ନିରନ୍ତର । ଆଜି ଯିବାକୁ ହେଲେ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡିବ । ସେ ୧୦ ବର୍ଷରୁ ସର୍ବସ୍ବ, ସ୍ଵଭାବ ଅନୁସାରେ ଶତ ପ୍ରତିଶତ ବିଜେପିକୁ ଦେଇଥିଲେ। ଲୋକ ସେବାର ଇଚ୍ଛା ସେଠି ପୂରଣ ହୋଇ ପାରୁନି ।ଏତେ ନିଷ୍ଠା ସହ କାମ କରିବା ସତ୍ୱେ, ନେତୃତ୍ୱର ଭରସା ପାଇଲା ନାହିଁ ।ଓଡ଼ିଶାରେ ବିକାଶର ସ୍ରୋତ ବୁହାଉଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ସେ ନିଷ୍ପତ୍ତି ନେଲେ ବୋଲି ଲେଖାଶ୍ରୀ କହିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ କୃତଜ୍ଞ । ୫-ଟି କାମ ପାଇଁ କାର୍ତ୍ତିକ ପାଣ୍ଡ୍ୟାନ, ପ୍ରଣବ ପ୍ରକାଶ ଦାସଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଓଡ଼ିଆ ଅସ୍ମିତା, ଓଡ଼ିଶାର ବିଶ୍ୱସ୍ତରୀୟ ପରିଚୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଅନୁପ୍ରାଣିତ ହୋଇ ଗୁଣ୍ଡୁଚି ମୂଷା ପରି ବାଲି ଝାଡ଼ିବା. ଓଡିଶାବାସୀଙ୍କ ସେବା ମୋ ଉଦେଶ୍ୟ ଥିଲା, ଯାହା କି ବିଜେପିରେ ସମ୍ଭବ ନଥିଲା. ଯାହା ଦାୟିତ୍ୱ ମିଳିବ ସେ ନିର୍ବାହ କରିବେ ବୋଲି ଲେଖାଶ୍ରୀ କହିଛନ୍ତି।
Lekhasri Samantsinghar Joins Biju Janata Dal
Next ArticleGaneswar Behera Joins Biju Janata Dal
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
