News Room Odisha
BREAKING
Odia

ବ୍ରିଜରୁ ୧୦ ଫୁଟ ତଳକୁ ଖସିଲା ସ୍କୁଟି, ୩ ଆରୋହୀ ମୃତ

ଫୁଲବାଣୀ – କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସବୁ ମୃତକ ସ୍କୁଟି ଆରୋହୀ। ଭାରସାମ୍ୟ ହରାଇ ଏକ ସ୍କୁଟି ବୁଡାମାହା ବ୍ରିଜ ଉପରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡିବାରୁ ଏଥିରେ ବସିଥିବା ତିନି ଆରୋହୀଙ୍କ ମୃତ୍ୟୁ ହୋଇଛି। ମଣ୍ଡାକିଆ ବୁଡ଼ାମାହା ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଜି ସକାଳେ ବ୍ରିଜ ତଳେ ୩ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ [...]

Admin•April 8, 2024
Share Article:

ଫୁଲବାଣୀ – କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସବୁ ମୃତକ ସ୍କୁଟି ଆରୋହୀ। ଭାରସାମ୍ୟ ହରାଇ ଏକ ସ୍କୁଟି ବୁଡାମାହା ବ୍ରିଜ ଉପରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡିବାରୁ ଏଥିରେ ବସିଥିବା ତିନି ଆରୋହୀଙ୍କ ମୃତ୍ୟୁ ହୋଇଛି। ମଣ୍ଡାକିଆ ବୁଡ଼ାମାହା ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଜି ସକାଳେ ବ୍ରିଜ ତଳେ ୩ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

#Odia#Odisha#News
Share Article:

Related Articles