News Room Odisha
BREAKING
Odia

ଚନ୍ଦ୍ରଗିରି: ୭ ବାଘ ଛାଲ ଓ ବଜ୍ରକାପ୍ତା କାତି ଜବତ, ୭ ଗିରଫ

ପାରଳାଖେମୁଣ୍ଡି: ବନବିଭାଗ ବନ୍ୟଜନ୍ତୁ ସାମଗ୍ରୀ ଚୋରା କାରବାର ବିରୋଧରେ ବଡ଼ ଧରଣର ସଫଳତା ହାସଲ କରିଛି। ଏକାଥରକେ ଜବତ କରିଛି ୭ ବାଘ ଛାଲ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଏବଂ ୭ଟି ମୋବାଇଲ୍। ଏଥିରେ ରହିଛି ୫ଟି ଚିତାବାଘ ଛାଲ, ଗୋଟିଏ ଲେଖାଏଁ କଲରାପତରିଆ ଓ ଫିସିଂ କ୍ୟାଟ୍ ଛାଲ। ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ମୋଟ ୭ ଜଣଙ୍କୁ କାବୁ କରାଯାଇଛି। ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରୁ ଏହି ଆନ୍ତଃରାଜ୍ୟ ବାଘ ଛାଲ [...]

Admin•April 8, 2024
Share Article:

ପାରଳାଖେମୁଣ୍ଡି: ବନବିଭାଗ ବନ୍ୟଜନ୍ତୁ ସାମଗ୍ରୀ ଚୋରା କାରବାର ବିରୋଧରେ ବଡ଼ ଧରଣର ସଫଳତା ହାସଲ କରିଛି। ଏକାଥରକେ ଜବତ କରିଛି ୭ ବାଘ ଛାଲ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଏବଂ ୭ଟି ମୋବାଇଲ୍। ଏଥିରେ ରହିଛି ୫ଟି ଚିତାବାଘ ଛାଲ, ଗୋଟିଏ ଲେଖାଏଁ କଲରାପତରିଆ ଓ ଫିସିଂ କ୍ୟାଟ୍ ଛାଲ। ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ମୋଟ ୭ ଜଣଙ୍କୁ କାବୁ କରାଯାଇଛି। ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରୁ ଏହି ଆନ୍ତଃରାଜ୍ୟ ବାଘ ଛାଲ ଚାଲାଣ ରାକେଟକୁ ଧରପଗଡ କରିଛି ବନ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ। ଘଟଣାର ଅଧିକ ତନାଘନା ଜାରି ରହିଛି। ପିସିସିଏଫ୍ ସୁଶାନ୍ତ ନନ୍ଦ ଟ୍ବିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି।

ଗଜପତି ଜିଲ୍ଲାରୁ ବାଘ ଛାଲ ଚାଲାଣ ହେଉଥିବା ସୁରାକ ପାଇ ବନବିଭାଗ ଅଭିଯୁକ୍ତଙ୍କୁ କାବୁ କରିବାକୁ ଜାଲ ବିଛାଇଥିଲା। କିଣାବିକା ପାଇଁ ମୂଲଚାଲ ବେଳେ ଚଢ଼ାଉ କରି ସମସ୍ତ ଅଭିଯୁକ୍ତମାନଙ୍କୁ କାବୁ କରାଯିବା ସହ ସ୍ଥାନୀୟ କୋର୍ଟକୁ ଚାଲାଣ କରାଯାଇଛି। ତେବେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, କିଏ ଏସବୁ ବନ୍ୟପ୍ରାଣୀ ସାମଗ୍ରୀ କିଣୁଥିଲେ ତାହାର ଅନୁସନ୍ଧାନ ଚାଲିଛି। ପୂର୍ବରୁ କନ୍ଧମାଳ ଜିଲ୍ଲା ଅଧିକ ସଂଖ୍ୟକ ଓ ଗଜପତି ଜିଲ୍ଲାରେ କାଁ ଭାଁ ବନ୍ୟପ୍ରାଣୀ ସାମଗ୍ରୀ ଚୋରା କାରବାର ଧରପଗଡ ହେଉଥିବା ବେଳେ ଗଜପତି ଜିଲ୍ଲାରେ ପ୍ରଥମ କରି ଏତେ ବଡ଼ ରାକେଟ୍ ଧରାହେବା ବନ ବିଭାଗର ବଡ଼ ସଫଳତା।

#Odia#Odisha#News
Share Article:

Related Articles