News Room Odisha
BREAKING
Odia

ରାଜଧାନୀରେ ମହିଳା କ୍ରୀଡାବିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର – ରାଜଧାନୀରେ ଜଣେ ମହିଳା କ୍ରୀଡାବିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ସୋମବାର ରାତିରେ ଜଣେ ମହିଳା ବକ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିବା ଅବସ୍ଥାରେ ମହିଳା କ୍ରୀଡାବିତଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ ଯୁବତୀ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଜଗଦଲପୁର ଗାଁର ସରୋଜିନୀ ସୁନ୍ଦରରାୟ। ସରୋଜିନୀ ବକ୍ସିଂ ଓ ଖୋ [...]

Admin•April 9, 2024
Share Article:

ଭୁବନେଶ୍ୱର – ରାଜଧାନୀରେ ଜଣେ ମହିଳା କ୍ରୀଡାବିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ସୋମବାର ରାତିରେ ଜଣେ ମହିଳା ବକ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିବା ଅବସ୍ଥାରେ ମହିଳା କ୍ରୀଡାବିତଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ ଯୁବତୀ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଜଗଦଲପୁର ଗାଁର ସରୋଜିନୀ ସୁନ୍ଦରରାୟ। ସରୋଜିନୀ ବକ୍ସିଂ ଓ ଖୋ ଖୋ ଖେଳରେ ରାଜ୍ୟସ୍ତରରେ ମନୋନୀତ ହୋଇଥିଲେ। ଅର୍ଥାଭାବରୁ ସେ କୌଣସି ସ୍ଥାନକୁ ଖେଳିବା ପାଇଁ ଯାଇନଥିଲେ। କିଛି ଦିନ ହେବ ସେ ବଡ଼ଗଡ଼ ଥାନା ହରିହର ବିଦ୍ୟାପୀଠ ନିକଟରେ ଏକ ଘର ଭଡ଼ା ନେଇ ରହୁଥିଲେ। ବୁଦ୍ଧେଶ୍ବରୀ ନିକଟ ଏକ ହୋଟେଲରେ ଚାକିରି କରୁଥିବା ନେଇ ସେ ପରିବାର ଲୋକଙ୍କୁ କହିଥିବା ସୂଚନା ମିଳିଛି । ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ସେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ। ରାତି ସାଢ଼େ ୮ଟା ବେଳକୁ ପୋଲିସ ଫୋନ୍ କରି ସରୋଜିନୀ ଆତ୍ମହତ୍ୟା କରିଥିବା ଖବର ଦେଇଥିଲା। ଖବର ପାଇ ପରିବାର ଓ ସମ୍ପର୍କୀୟ ପହଞ୍ଚିବାବେଳକୁ ସରୋଜିନୀଙ୍କ ମୃତ୍ୟୁ ହୋଇସାରିଥିଲା।

#Odia#Odisha#News
Share Article:

Related Articles