News Room Odisha
BREAKING
Odia

ସିଙ୍ଗଡ଼ାରୁ ବାହାରିଲା ଗୋଡ଼ି, ଗୁଟଖା ଓ କଣ୍ଡୋମ୍

ପୁଣେ: ମହାରାଷ୍ଟ୍ରର ପୁଣେ ସହରର ଏକ ନାମୀଦାମୀ କମ୍ପାନୀର କ୍ୟାଣ୍ଟିନରେ ସିଙ୍ଗଡ଼ାରୁ ବାହାରିଛି ଗୋଡ଼ି, ଗୁଟଖା ଓ କଣ୍ଡୋମ୍ । ମାର୍ଚ୍ଚ ୨୭ରେ ସାମ୍ନାକୁ ଆସିଥିବା ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ସିଙ୍ଗଡ଼ା ସବୁ ସହରର ପିମ୍ପ୍ରି ଚିଞ୍ଚୱାଡରେ ଥିବା ଏକ ପ୍ରମୁଖ ଅଟୋ କମ୍ପାନୀକୁ ସପ୍ଲାଏ ହୋଇଥିଲା | ବ୍ୟବସାୟିକ ଶତ୍ରୁତା କାରଣରୁ ସିଙ୍ଗଡ଼ାରେ ଏପରି ଜାଣିଶୁଣି ଅପମିଶ୍ରଣ କରାଯାଇଥିଲା [...]

Admin•April 9, 2024
Share Article:

ପୁଣେ: ମହାରାଷ୍ଟ୍ରର ପୁଣେ ସହରର ଏକ ନାମୀଦାମୀ କମ୍ପାନୀର କ୍ୟାଣ୍ଟିନରେ ସିଙ୍ଗଡ଼ାରୁ ବାହାରିଛି ଗୋଡ଼ି, ଗୁଟଖା ଓ କଣ୍ଡୋମ୍ । ମାର୍ଚ୍ଚ ୨୭ରେ ସାମ୍ନାକୁ ଆସିଥିବା ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ସିଙ୍ଗଡ଼ା ସବୁ ସହରର ପିମ୍ପ୍ରି ଚିଞ୍ଚୱାଡରେ ଥିବା ଏକ ପ୍ରମୁଖ ଅଟୋ କମ୍ପାନୀକୁ ସପ୍ଲାଏ ହୋଇଥିଲା | ବ୍ୟବସାୟିକ ଶତ୍ରୁତା କାରଣରୁ ସିଙ୍ଗଡ଼ାରେ ଏପରି ଜାଣିଶୁଣି ଅପମିଶ୍ରଣ କରାଯାଇଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

ପୋଲିସର ସୂଚନା ମୁତାବକ, ପୁଣେ ସହରର ପିମ୍ପ୍ରି ଚିଞ୍ଚୱାଡରେ ଥିବା ଏକ ନାମୀ ଅଟୋମୋବାଇଲ୍ କମ୍ପାନୀର କ୍ୟାଣ୍ଟିନକୁ ଖାଦ୍ୟ ସାମଗ୍ରୀ ସପ୍ଲାଏ ଦାୟିତ୍ଵ କାଟାଲିଷ୍ଟ ସର୍ଭିସ୍ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ ନାମକ ଏକ ସଂସ୍ଥାକୁ ଦିଆଯାଇଥିଲା | କାଟାଲିଷ୍ଟ ସର୍ଭିସ୍ ଏହି ଅଟୋ କମ୍ପାନୀକୁ ସିଙ୍ଗଡ଼ା ଯୋଗାଇବା ପାଇଁ ମନୋହର ଏଣ୍ଟରପ୍ରାଇଜେସ୍ ନାମକ ଏକ କମ୍ପାନୀକୁ ଠିକା ଦେଇଥିଲା | ତେବେ ମାର୍ଚ୍ଚ ୨୭ରେ ଅଟୋ କମ୍ପାନୀର କିଛି କର୍ମଚାରୀ ଅଭିଯୋଗ କରିଥିଲେ ଯେ ସେମାନଙ୍କ ସିଙ୍ଗଡ଼ାରୁ କଣ୍ଡୋମ୍, ଗୁଟଖା ଓ ଗୋଡ଼ି ବାହାରିଥିଲା । ଏନେଇ ସହରର ଚିଖଲି ପୋଲିସ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମନୋହର ଏଣ୍ଟରପ୍ରାଇଜେସର କିଛି କର୍ମଚାରୀଙ୍କୁ ପଚରାଉଚରା ବେଳେ ଫିରୋଜ ଶେଖ୍ ଏବଂ ଭିକି ଶେଖ୍ ନାମକ ଦୁଇଜଣ କର୍ମଚାରୀ ସିଙ୍ଗଡ଼ାରେ କଣ୍ଡୋମ, ଗୁଟଖା ଏବଂ ଗୋଡ଼ି ପୂରାଇଥିଲେ ବୋଲି ଜଣାପଡ଼ିଥିଲା।

ପୋଲିସର ସୂଚନାନୁସାରେ, ଉଭୟ ଅଭିଯୁକ୍ତ ଫିରୋଜ ଏବଂ ଭିକି ଏସ୍ଆରଏ ଏଣ୍ଟରପ୍ରାଇଜେସର କର୍ମଚାରୀ । ପଚରାଉଚରା ବେଳେ ସେମାନେ କହିଥିଲେ ଯେ ମନୋହର ଏଣ୍ଟରପ୍ରାଇଜେସ୍ ଦ୍ୱାରା ସପ୍ଲାଏ
କରାଯାଉଥିବା ସିଙ୍ଗଡ଼ାରେ ଅପମିଶ୍ରଣ କରିବାକୁ ଏସ୍ଆରଏ ଏଣ୍ଟରପ୍ରାଇଜେସର ତିନିଜଣ ପାର୍ଟନର ସେମାନଙ୍କୁ କହିଥିଲେ। ପୂର୍ବରୁ ଅଟୋ କମ୍ପାନୀର କ୍ୟାଣ୍ଟିନକୁ ଏସ୍ଆରଏ ଏଣ୍ଟରପ୍ରାଇଜେସ୍ ଖାଦ୍ୟ ସାମଗ୍ରୀ ସପ୍ଲାଏ କରୁଥିଲା । କିନ୍ତୁ ଥରେ ସେହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଜଳଖିଆରେ ଏକ ବ୍ୟାଣ୍ଡେଜ୍ ବାହାରିବାରୁ ତାର କଣ୍ଟ୍ରାକ୍ଟ ରଦ୍ଦ କରାଯାଇଥିଲା । ଏସ୍ଆରଏ ଏଣ୍ଟରପ୍ରାଇଜେସ୍ ଏଥିରେ ପ୍ରତିଶୋଧ ପରାୟଣ ହୋଇ ଖାଦ୍ୟ ସାମଗ୍ରୀ ସପ୍ଲାଏ ପାଇଁ ଠିକା ପାଇଥିବା ନୂଆ କମ୍ପାନୀ ମନୋହର ଏଣ୍ଟରପ୍ରାଇଜେସକୁ ବଦନାମ୍ କରିବାକୁ ଚାହୁଁଥିଲା । ଏଥିପାଇଁ ଏସ୍ଆରଏ ଏଣ୍ଟରପ୍ରାଇଜେସ୍ ଏହାର ଦୁଇ କର୍ମଚାରୀ ଫିରୋଜ ଏବଂ ଭିକିକୁ କୌଶଳ କ୍ରମେ ମନୋହର ଏଣ୍ଟରପ୍ରାଇଜେସରେ ନିୟୋଜିତ କରିଥିଲା।

ପୋଲିସ ସୂଚନା ଅନୁସାରେ, ଏସ୍ଆରଏ ଏଣ୍ଟରପ୍ରାଇଜେସର ତିନି ପାର୍ଟନର ହେଉଛନ୍ତି ରହୀମ ଶେଖ, ଅଜହର ଶେଖ ଏବଂ ମଜହର ଶେଖ । ଏହି ତିନିଜଣ ମନୋହର ଏଣ୍ଟରପ୍ରାଇଜେସର ଛବି ଖରାପ କରିବାକୁ ଚାହୁଁଥିଲେ | ପୋଲିସ ଏହି ମାମଲାରେ ବର୍ତ୍ତମାନ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

#Odia#Odisha#News
Share Article:

Related Articles