News Room Odisha
BREAKING
Odia

କେଜ୍ରିୱାଲଙ୍କୁ ଝଟକା, ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ। ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତିି ଯେ, କେଜ୍ରିୱାଲ ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରିଥିଲେ। ଏହା ଜାମିନ ଆବେଦନ ନୁହେଁ। ହାଇକୋର୍ଟ କହିଛନ୍ତିି, ଇଡି ଦ୍ବାରା କେଜ୍ରିୱାଲଙ୍କ ଗିରଫ ବେଆଇନ ନୁହେଁ। ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ନେଇ ଇଡି [...]

Admin•April 9, 2024
Share Article:

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ। ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତିି ଯେ, କେଜ୍ରିୱାଲ ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରିଥିଲେ। ଏହା ଜାମିନ ଆବେଦନ ନୁହେଁ।

ହାଇକୋର୍ଟ କହିଛନ୍ତିି, ଇଡି ଦ୍ବାରା କେଜ୍ରିୱାଲଙ୍କ ଗିରଫ ବେଆଇନ ନୁହେଁ। ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ନେଇ ଇଡି ପାଖରେ ଯଥେଷ୍ଟ ପ୍ରାମାଣିକ ତଥ୍ୟ ଥିଲା। ଏହାଛଡ଼ା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଦନ୍ତରେ ସହଯୋଗ କରିନଥିଲେ, ଯଦ୍ବାରା ବିଚାର ବିଭାଗୀୟ ହାଜତରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ବିଳମ୍ବ ହୋଇଥିଲା।

ତାଙ୍କ ଗିରଫଦାରି ସହ କେଜ୍ରିୱାଲ ତାଙ୍କ ଇଡି ରିମାଣ୍ଡକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ କେଜ୍ରିୱାଲ ଏବେ ସୁପ୍ରିମକୋର୍ଟ ଯିବେ ବୋଲି କୁହାଯାଇଛି ।

ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏପ୍ରିଲ ୧ରେ ଟ୍ରାଏଲ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

#Odia#Odisha#News
Share Article:

Related Articles