News Room Odisha
BREAKING
Odia

ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ -ମାଓବାଦୀ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ବରଗଡ଼ – ବରଗଡ଼ ଜିଲ୍ଲା ପାଇକମାଳର ଗର୍ଦ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଏକ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛି ପୋଲିସ । ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥଲା। ସ୍ଥାନୀୟ ଏକ ମାଓ କ୍ୟାମ୍ପ ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିବା ପରେ ପୋଲିସ ଓ କମାଣ୍ଡୋ ମାଓ କ୍ୟାମ୍ପରେ ପହଞ୍ଚିବା ବେଳକୁ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ବିବିଏମ୍ ଡିଭିଜନର କମାଣ୍ଡର ସୁଦର୍ଶନ ସମେତ [...]

Admin•April 10, 2024
Share Article:

ବରଗଡ଼ – ବରଗଡ଼ ଜିଲ୍ଲା ପାଇକମାଳର ଗର୍ଦ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଏକ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛି ପୋଲିସ । ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥଲା। ସ୍ଥାନୀୟ ଏକ ମାଓ କ୍ୟାମ୍ପ ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିବା ପରେ ପୋଲିସ ଓ କମାଣ୍ଡୋ ମାଓ କ୍ୟାମ୍ପରେ ପହଞ୍ଚିବା ବେଳକୁ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ବିବିଏମ୍ ଡିଭିଜନର କମାଣ୍ଡର ସୁଦର୍ଶନ ସମେତ ଅନ୍ୟ ମାଓବାଦୀମାନେ ପଳାୟନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପରୁ ବ୍ୟାଟେରୀ, ଚାର୍ଜର, ଡିଟୋନେଟର, ବିସ୍ପୋରକ, ରେଡ଼ିଓ, ମେଡ଼ିସିନ ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

#Odia#Odisha#News
Share Article:

Related Articles