News Room Odisha
BREAKING
Odia

ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ବିଇଓ ଓ ଆରଆଇଙ୍କୁ ଜେଲ୍

ଭୁବନେଶ୍ୱର- ଏକ ଲାଞ୍ଚ ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ଗୁଣୁପୁରର ପୂର୍ବତନ ବିଇଓ ଅନ୍ତର୍ଯାମୀ ବେହେରାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡା ଦେଇଛନ୍ତି ଜୟପୁର ଭିଜିଲାନ୍ସ କୋର୍ଟ । ଏଥିସହ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଅନ୍ତର୍ଯାମୀ ବେହେରା ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । [...]

Admin•April 10, 2024
Share Article:

ଭୁବନେଶ୍ୱର- ଏକ ଲାଞ୍ଚ ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ପାଇଛନ୍ତି।

ଗୁଣୁପୁରର ପୂର୍ବତନ ବିଇଓ ଅନ୍ତର୍ଯାମୀ ବେହେରାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡା ଦେଇଛନ୍ତି ଜୟପୁର ଭିଜିଲାନ୍ସ କୋର୍ଟ । ଏଥିସହ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଅନ୍ତର୍ଯାମୀ ବେହେରା ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଏବେ ସେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଥିବାରୁ ତାଙ୍କ ପେନ୍‌ସନ ବନ୍ଦ କରିବାକୁ ଚିଠି ଲେଖିଛି ଭିଜିଲାନ୍ସ ।

ଏଣେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଧୀନସ୍ଥ ଗୋପନାର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ମଧ୍ୟ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବର୍ଷେ ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଲିଙ୍ଗରାଜ ସାହୁଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ପାରିଲି ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।

#Odia#Odisha#News
Share Article:

Related Articles