News Room Odisha
BREAKING
Odia

ରାସ୍ତା କାମ କରୁଥିବା ବେଳେ ମାଡ଼ିଗଲା ଟ୍ରକ୍, ୩ ଶ୍ରମିକ ମୃତ

ବରଗଡ଼ – ବରଗଡ଼ ଜିଲ୍ଲା ସୋହେଲା ଥାନା ଲୁହୁରାଚଟି ନିକଟରେ ସଡ଼କ ଦୁର୍ଘଟଣାରେ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ରାତିରେ ରାସ୍ତା କାମରେ ନିୟୋଜିତ ଥିଲା ବେଳେ ସେମାନଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରକ୍ । ଘଟଣାସ୍ଥଳରେ ହିଁ ୩ ଶ୍ରମିକ ପ୍ରାଣ ହରାଇଥିଲେ । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ମୃତକ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ- ଏନଏଚଏଆଇର [...]

Admin•April 11, 2024
Share Article:

ବରଗଡ଼ – ବରଗଡ଼ ଜିଲ୍ଲା ସୋହେଲା ଥାନା ଲୁହୁରାଚଟି ନିକଟରେ ସଡ଼କ ଦୁର୍ଘଟଣାରେ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ରାତିରେ ରାସ୍ତା କାମରେ ନିୟୋଜିତ ଥିଲା ବେଳେ ସେମାନଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରକ୍ । ଘଟଣାସ୍ଥଳରେ ହିଁ ୩ ଶ୍ରମିକ ପ୍ରାଣ ହରାଇଥିଲେ । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ମୃତକ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ- ଏନଏଚଏଆଇର ଠିକା କର୍ମଚାରୀ ବୋଲି ଜଣାପଡିଛି।

ରାୟପୁର ରୋଡ ସ୍ଥିତ ଲୁହୁରାଚଟି ନିକଟରେ ରାସ୍ତା କାମ ଚାଲିଥିଲା ବେଳେ ଅନ୍ଧାରରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରକ୍‌ଟି ଶ୍ରମିକମାନଙ୍କ ଉପରେ ମାଡ଼ି ଯାଇଥିଲା।
ସ୍ଘଟଣାସ୍ଥଳରେ ଶ୍ରମିକମାନଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ତୁରନ୍ତ ସୋହେଲା ପୁଲିସ୍‌ ପହଞ୍ଚି ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇଛି।

#Odia#Odisha#News
Share Article:

Related Articles