News Room Odisha
BREAKING
Odia

ଠକେଇ ଅଭିଯୋଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ ଗିରଫ

ମୁମ୍ବାଇ: ତାଙ୍କୁ ଏବଂ ତାଙ୍କ ଭାଇ କୃନାଲ ପାଣ୍ଡ୍ୟାଙ୍କୁ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୩୭ ବର୍ଷୀୟ ବୈଭବ ପାଣ୍ଡ୍ୟାଙ୍କୁ ଆପରାଧିକ ବିଶ୍ବାସଘାତକତା, ଧମକ, ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଏବଂ ଅନ୍ୟାନ୍ୟ ଦଫା ଅଧୀନରେ ଗିରଫ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା [...]

Admin•April 11, 2024
Share Article:

ମୁମ୍ବାଇ: ତାଙ୍କୁ ଏବଂ ତାଙ୍କ ଭାଇ କୃନାଲ ପାଣ୍ଡ୍ୟାଙ୍କୁ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି।

ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୩୭ ବର୍ଷୀୟ ବୈଭବ ପାଣ୍ଡ୍ୟାଙ୍କୁ ଆପରାଧିକ ବିଶ୍ବାସଘାତକତା, ଧମକ, ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଏବଂ ଅନ୍ୟାନ୍ୟ ଦଫା ଅଧୀନରେ ଗିରଫ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଅଧିକାରୀ ଜଣକ କହିଛନ୍ତି ଯେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟା ସେମାନଙ୍କ ସାବତ ଭାଇ ବୈଭବଙ୍କ ସହ ମିଶି ମୁମ୍ବାଇରେ ପଲିମର ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ଯବସାୟିକ ସହଭାଗିତା ସର୍ତ୍ତ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟା ଏଥିରେ ୪୦:୪୦ ପ୍ରତିଶତ ନିବେଶ କରିଥିବାବେଳେ ବୈଭବ ୨୦% ପୁଞ୍ଜି ନିବେଶ କରିଥିଲେ। ବୈଭବ ବ୍ୟବସାୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବେ ଏବଂ ଲାଭ ସମାନ ଅନୁପାତରେ ବଣ୍ଟନ ହେବ ବୋଲି ନିଷ୍ପତ୍ତି ହୋଇଥିଲା।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଳ ପାଣ୍ଡ୍ୟାଙ୍କୁ ନ ଜଣାଇ ବୈଭବ ଅନ୍ୟ ଏକ ୟୁନିଟ୍ ପ୍ରତିଷ୍ଠା କରି ଉକ୍ତ ବ୍ୟବସାୟ ଚଳାଇଥିଲେ । ଏହା ସହିତ ସେ ବ୍ୟବସାୟିକ ଚୁକ୍ତି ଉଲ୍ଲଂଘନ କରିଥିଲେ। ଏହି ସମୟ ମଧ୍ୟରେ ସେ (ବୈଭବ) ନିଜର ଲାଭାଂଶ ୨୦ରୁ ୩୩ ପ୍ରତିଶତକୁ ବଢ଼ାଇ ଦେଇଥିଲେ, ଯାହା ଦ୍ବାରା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଳ ପାଣ୍ଡ୍ୟାଙ୍କୁ କ୍ଷତି ହୋଇଥିଲା। ବୈଭବ ମଧ୍ୟ ବ୍ଯବସାୟିକ ସହଭାଗିତା ଆକାଉଣ୍ଟରୁ ପ୍ରାୟ ୧ କୋଟି ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ।

ଯେତେବେଳେ ପାଣ୍ଡ୍ୟା ଭ୍ରାତା ଏନେଇ ବୈଭବଙ୍କୁ ପଚାରିଥିଲେ, ସେ ସେମାନଙ୍କ (ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଳ ପାଣ୍ଡ୍ୟା) ଭାବମୂର୍ତ୍ତି ଖରାପ କରିଦେବେ ବୋଲି ଓଲଟି ଧମକ ଦେଇଥିଲେ।

କ୍ରିକେଟର ଭ୍ରାତାଙ୍କ ଆକାଉଣ୍ଟାଣ୍ଟ ଏହି ମାମଲାରେ ସୋମବାର ଖାର ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇଥିଲା ଓ ଏହାକୁ ଇଓଡବ୍ଲୁକୁ ହସ୍ତାନ୍ତର କରାଯାଇଥିଲା । ଏହି ଅପରାଧରେ ବୈଭବ ପାଣ୍ଡ୍ୟାଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ତାଙ୍କୁ ସୋମବାର ଗିରଫ କରିଥିଲା ପୋଲିସ।

#Odia#Odisha#News
Share Article:

Related Articles