News Room Odisha
BREAKING
Odia

ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବକାଳୀନ ରେକର୍ଡ: ଅନୁଭୂତ ହେଲା ଏପ୍ରିଲର ସବୁଠୁ ଥଣ୍ଡା ଦିନ

ଭୁବନେଶ୍ୱର – ଏପ୍ରିଲ ମାସରେ ରାଜ୍ୟରେ ଥଣ୍ଡା ଦିନର ରେକର୍ଡ। ଆଭ୍ୟନ୍ତରୀଣ ଓଡ଼ିଶାରେ ପୂର୍ବ ରେକର୍ଡ଼ ଭଙ୍ଗ ହୋଇଛି। ବର୍ଷା ଓ ମେଘୁଆ ଆକାଶ ପ୍ରଭାବରେ ଦିନର ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଅନୁଗୁଳ, ଟିଟିଲାଗଡ଼, ସମ୍ବଲପୁର ଓ ହୀରାକୁଦ ସହରରେ ପୂର୍ବର ସମସ୍ତ ରେକର୍ଡ ଭଙ୍ଗ ହୋଇ ଆଜି ଏପ୍ରିଲ ମାସରେ ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ [...]

Admin•April 11, 2024
Share Article:

ଭୁବନେଶ୍ୱର – ଏପ୍ରିଲ ମାସରେ ରାଜ୍ୟରେ ଥଣ୍ଡା ଦିନର ରେକର୍ଡ। ଆଭ୍ୟନ୍ତରୀଣ ଓଡ଼ିଶାରେ ପୂର୍ବ ରେକର୍ଡ଼ ଭଙ୍ଗ ହୋଇଛି। ବର୍ଷା ଓ ମେଘୁଆ ଆକାଶ ପ୍ରଭାବରେ ଦିନର ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଅନୁଗୁଳ, ଟିଟିଲାଗଡ଼, ସମ୍ବଲପୁର ଓ ହୀରାକୁଦ ସହରରେ ପୂର୍ବର ସମସ୍ତ ରେକର୍ଡ ଭଙ୍ଗ ହୋଇ ଆଜି ଏପ୍ରିଲ ମାସରେ ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି।

ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଥିଲା ୨୪ ଡିଗ୍ରୀ ସେଲସିୟସ, ଯାହା କି ଏପ୍ରିଲ ମାସରେ ସହରର ସବୁଠୁ କମ୍ ଦିନ ତାପମାତ୍ରା। ପୂର୍ବରୁ ଟିଟିଲାଗଡ଼ରେ ଏପ୍ରିଲ ମାସରେ ସବୁଠୁ କମ୍ ତାପମାତ୍ରା ଥିଲା ୨୮ ଦଶମିକ ୫ ଡିଗ୍ରୀ ସେଲସିୟସ । ୨୦୦୮ ମସିହା ଏପ୍ରିଲ ୪ ତାରିଖରେ ଏହା ରେକର୍ଡ କରାଯାଇଥିଲା । ଆଜି ସମ୍ୱଲପୁରରେ ସର୍ବୋଚ୍ଚ ଦିନ ତାପମାତ୍ରା ୨୫ ଦଶମିକ ୭ ଡିଗ୍ରୀ ସେଲସିୟସ ଥିଲା । ପୂର୍ବରୁ ଏଠାରେ ୨୦୦୮ ଏପ୍ରିଲ ୭ ତାରିଖରେ ମଧ୍ୟ ସମାନ ତାପମାତ୍ରା ରେକର୍ଡ ହୋଇଥିଲା। ହୀରାକୁଦରେ ମଧ୍ୟ ଆଜି ଏପ୍ରିଲରେ ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଛି। ଆଜି ଏଠାରେ ୨୬ ଦଶମିକ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ପୂର୍ବରୂ ଏଠାରେ ଏପ୍ରିଲ ମାସର ସର୍ବାଧିକ ତାପମାତ୍ରା ୨୭ ଦଶମିକ ୬ ଡିଗ୍ରୀ ସେଲସିୟସ ୨୦୨୩ ମସିହା ଏପ୍ରିଲ ୨୨ରେ ରେକର୍ଡ କରାଯାଇଥିଲା। ଅନୁଗୁଳ ସହରରେ ଆଜିର ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା ୨୬ ଦଶମିକ ୭ ଡିଗ୍ରୀ ସେଲସିୟସ। ୨୦୦୮ ମସିହା ଏପ୍ରିଲ ୬ରେ ଏଠାରେ ତାପମାତ୍ରା ଥିଲା ୨୭ ଦଶମିକ ୭ ଡିଗ୍ରୀ ସେଲସିୟସ ।

#Odia#Odisha#News
Share Article:

Related Articles