News Room Odisha
BREAKING
Odia

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

କଟକ – ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କମଳା ଦାସଙ୍କ ପରଲୋକ ହୋଇଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଛନ୍ତି କମଳା ଦାସ । କମଳା ଦାସ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦଶମ, ଏକାଦଶ ଓ ଦ୍ୱାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ କମଳା ଦାସ । ସେ ଭୋଗରାଇ ବିଧାନସଭା ଆସନରୁ ୧୯୯୦ ଓ ୧୯୯୫ ମସିହାରେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। [...]

Admin•April 12, 2024
Share Article:

କଟକ – ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କମଳା ଦାସଙ୍କ ପରଲୋକ ହୋଇଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଛନ୍ତି କମଳା ଦାସ । କମଳା ଦାସ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦଶମ, ଏକାଦଶ ଓ ଦ୍ୱାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ କମଳା ଦାସ । ସେ ଭୋଗରାଇ ବିଧାନସଭା ଆସନରୁ ୧୯୯୦ ଓ ୧୯୯୫ ମସିହାରେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ କମଳା ଦାସ ବିଜୁ ଜନତା ଦଳ ଟିକେଟରେ ଦ୍ୱାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

କମଳା ଦାସ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ମନ୍ତ୍ରିମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପୁଣିଥରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ୨୦୦୦ ମସିହାରୁ ୨୦୦୧ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

#Odia#Odisha#News
Share Article:

Related Articles