News Room Odisha
BREAKING
Odia

ତିନି ପ୍ରମୁଖ ଦଳଙ୍କ ବିଧାନସଭା ପ୍ରାର୍ଥୀ ଘୋଷଣା ଅସମ୍ପୂର୍ଣ୍ଣ: ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ତାଲିକା

ଭୁବନେଶ୍ଵର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ଦଳର ଘୋଷିତ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇବାରେ ଲାଗିଛନ୍ତି । କିନ୍ତୁ ଏବେ ବି ବିଧାନସଭା ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକିୟା ସମ୍ପୂର୍ଣ୍ଣ ହୋଇନାହିଁ। ବିଜେଡି ଓ ବିଜେପି ସମସ୍ତ ୨୧ଟିଯାକ ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଛନ୍ତି। କଂଗ୍ରେସ କିନ୍ତୁ ସବୁଥିରେ ପ୍ରାର୍ଥୀ ଘୋଷଣା କରିନାହିଁ। ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ କଂଗ୍ରେସ ଅନ୍ୟ [...]

Admin•April 13, 2024
Share Article:

ଭୁବନେଶ୍ଵର – ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ଦଳର ଘୋଷିତ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇବାରେ ଲାଗିଛନ୍ତି । କିନ୍ତୁ ଏବେ ବି ବିଧାନସଭା ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକିୟା ସମ୍ପୂର୍ଣ୍ଣ ହୋଇନାହିଁ। ବିଜେଡି ଓ ବିଜେପି ସମସ୍ତ ୨୧ଟିଯାକ ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଛନ୍ତି। କଂଗ୍ରେସ କିନ୍ତୁ ସବୁଥିରେ ପ୍ରାର୍ଥୀ ଘୋଷଣା କରିନାହିଁ। ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ କଂଗ୍ରେସ ଅନ୍ୟ ଦୁଇ ଦଳଠାରୁ ବହୁ ପଛରେ ପଡିଛି । ବିଜେଡି ଓ ବିଜେପି ମଧ୍ୟ ବିଧାନସଭା ନିର୍ବାଚନ ପାଇଁ କିଛି ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେପି ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ଦଳର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା ବିଳମ୍ବିତ ହୋଇଛି। ନାନା କଳ୍ପନାଜଳ୍ପନା ମଧ୍ୟରେ ଆଜି ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆସିବା ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ଟି ଆସନ ରେ ଦଳର ପ୍ରାର୍ଥୀ ଘୋଷଣା ସରିଯିବ ବୋଲି ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି । ଦ୍ଵିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ।

#Odia#Odisha#News
Share Article:

Related Articles