News Room Odisha
BREAKING
Odia

ମଣ୍ଡିରେ କଙ୍ଗନାଙ୍କୁ ଟକ୍କର ଦେବେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରନାଓ୍ବତଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିଛି । କଙ୍ଗନାଙ୍କ ବିରୋଧରେ‌ ବିକ୍ରମାଦିତ୍ୟ ସିଂହ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବେ। ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ବିକ୍ରମାଦିତ୍ୟଙ୍କ ମାଆ ପ୍ରତିଭା ସିଂହ ଏନେଇ ସ୍ପଷ୍ଟ କରିଛନ୍ତି। ମଣ୍ଡି ଆସନରୁ‌ ବିକ୍ରମାଦିତ୍ୟ ସିଂହ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ସଙ୍କେତ ଦେଇଛନ୍ତି। [...]

Admin•April 13, 2024
Share Article:

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରନାଓ୍ବତଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିଛି । କଙ୍ଗନାଙ୍କ ବିରୋଧରେ‌ ବିକ୍ରମାଦିତ୍ୟ ସିଂହ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବେ। ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ବିକ୍ରମାଦିତ୍ୟଙ୍କ ମାଆ ପ୍ରତିଭା ସିଂହ ଏନେଇ ସ୍ପଷ୍ଟ କରିଛନ୍ତି।

ମଣ୍ଡି ଆସନରୁ‌ ବିକ୍ରମାଦିତ୍ୟ ସିଂହ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ସଙ୍କେତ ଦେଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ସିଇସି ବୈଠକରେ ବିକ୍ରମାଦିତ୍ୟ ସିଂହଙ୍କ ନାମ ଆଲୋଚନା ହୋଇଥିବା ମଧ୍ୟ କୁହାଯାଉଛି। ସମ୍ପ୍ରତି ପ୍ରତିଭା ସିଂହ ଏହି ଆସନରୁ ସାଂସଦ ଅଛନ୍ତି।

ପ୍ରତିଭା ସିଂହ କହିଛନ୍ତି, କଙ୍ଗନା କ’ଣ କରୁଛନ୍ତି କି ନ କହୁଛନ୍ତି ସେନେଇ ଆମର କିଛି ଯାଏ ଆସେ ନାହିଁ। ମଣ୍ଡିର ଲୋକମାନେ ସର୍ବଦା ଆମୃ ସହ ରହି ଆସିଛନ୍ତି | ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୁଁ ଏହି ଆସନ ଜିତିଛି | ପ୍ରତିଭା ସିଂହ ତାଙ୍କ ପୁଅ ପାଇଁ ଏହି ଆସନ ଛାଡ଼ିଦେବେ ବୋଲି କହିଛନ୍ତିି। ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତିି ପ୍ରତିଭା।

ନିକଟରେ ରାଜ୍ୟସଭା ନିର୍ବାଚନ ବେଳେ ହିମାଚଳ ପ୍ରଦେଶ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟର କେନ୍ଦ୍ରରେ ଥିଲେ ବିକ୍ରମାଦିତ୍ୟ ସିଂହ । ଏପରିକି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ହେଲେ ଦଳୀୟ ନେତୃତ୍ବ ବୁଝାସୁଝା କରିବା ପରେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଥିଲେ। ମଣ୍ଡିରୁ ବିକ୍ରମାଦିତ୍ୟଙ୍କୁ ପ୍ରାର୍ଥୀ କରି ଦଳ ଭିତରେ ଚାଲିଥିବା ଗୋଷ୍ଠୀ ବିବାଦର ସମାଧାନ କରିବାରେ ମଧ୍ୟ କଂଗ୍ରେସ ପାଇଁ ସହାୟକ ହୋଇପାରେ।

ବିକ୍ରମାଦିତ୍ୟ ସିଂହ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂହଙ୍କ ପୁଅ । ତାଙ୍କ ମାଆ ପ୍ରତିଭା ସିଂହ ମଧ୍ୟ ରାଜ୍ୟ କଂଗ୍ରେସର ମୁଖ୍ୟ ଅଛନ୍ତି। ବିକ୍ରମାଦିତ୍ୟ ସିମଲା ଗ୍ରାମୀଣ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦ୍ୱିତୀୟ ଥର ବିଧାୟକ ହୋଇଛନ୍ତି। ୨୦୧୩ରେ ରାଜନୀତିରେ ପ୍ରବେଶ କରିଥିବା ବିକ୍ରମାଦିତ୍ୟ ୨୦୧୩ ରୁ ୨୦୧୭ ମଧ୍ୟରେ ହିମାଚଳ ଯୁବ କଂଗ୍ରେସର ସଭାପତି ଥିଲେ। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ଲୋକସମ୍ପର୍କ ମନ୍ତ୍ରୀ ଅଛନ୍ତି।

ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପ୍ରାର୍ଥୀ କରିଛି । ସେ ବର୍ତ୍ତମାନ ମଣ୍ଡିରେ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି।

#Odia#Odisha#News
Share Article:

Related Articles