ଇସ୍ରାଏଲ ଲିଙ୍କ୍ ଥିବା ଜାହାଜକୁ ଜବତ କଲା ଇରାନ ସେନା, ଜାହାଜରେ ଅଛନ୍ତି ୧୭ ଭାରତୀୟ
ତେଲ ଅଭିଭ୍: ଇସ୍ରାଏଲ ଲିଙ୍କ୍ ଥିବା ଏକ ଜାହାଜକୁ ଇରାନର ନୌସେନା ଜବତ କରିନେଇଥିବା ଖବର ସାମ୍ନାକୁ ଆସିଛି। ତେବେ ବଡ଼ କଥା ହେଉଛି ୟୁଏଇରୁ ଆସୁଥିବା ଏହି ଜାହାଜରେ ୧୭ ଜଣ ଭାରତୀୟ ନାଗରିକ ଅଛନ୍ତି । ଏମ୍ଏସସି ଏରିଜ୍ ନାମକ ଏହି ଜାହାଜ ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦରକୁ ଆସୁଥିଲା | ଜାହାଜଟି ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯାଉଥିବାବେଳେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) କମାଣ୍ଡୋ ହେଲିକପ୍ଟର ଦ୍ଵାରା ଓହ୍ଲାଇ ଜାହାଜକୁ [...]
ତେଲ ଅଭିଭ୍: ଇସ୍ରାଏଲ ଲିଙ୍କ୍ ଥିବା ଏକ ଜାହାଜକୁ ଇରାନର ନୌସେନା ଜବତ କରିନେଇଥିବା ଖବର ସାମ୍ନାକୁ ଆସିଛି। ତେବେ ବଡ଼ କଥା ହେଉଛି ୟୁଏଇରୁ ଆସୁଥିବା ଏହି ଜାହାଜରେ ୧୭ ଜଣ ଭାରତୀୟ ନାଗରିକ ଅଛନ୍ତି । ଏମ୍ଏସସି ଏରିଜ୍ ନାମକ ଏହି ଜାହାଜ ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦରକୁ ଆସୁଥିଲା | ଜାହାଜଟି ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯାଉଥିବାବେଳେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) କମାଣ୍ଡୋ ହେଲିକପ୍ଟର ଦ୍ଵାରା ଓହ୍ଲାଇ ଜାହାଜକୁ କବଜା କରିନେଇଥିଲେ। ଜାହାଜରେ ଥିବା ସମସ୍ତ ଭାରତୀୟଙ୍କ ମୁକ୍ତି ପାଇଁ କୂଟନୈତିକ ସ୍ତରରେ ଇରାନ ସରକାରଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ ସୂତ୍ର ପ୍ରକାଶ କରିଛନ୍ତି।
ମିଡ଼ିଆ ରିପୋର୍ଟ ମୁତାବକ, ଲଣ୍ଡନ କମ୍ପାନୀ ‘ଜୋଡିୟାକ୍ ମାରିଟାଇମ’ ମାଲିକାନାରେ ଥିବା ଏହି ଜାହାଜରେ ପର୍ତ୍ତୁଗାଲର ପତାକା ଲାଗିଥିଲା। ଜୋଡିୟାକ୍ ଗ୍ରୁପ୍ ହେଉଛି ଇସ୍ରାଏଲର କୋଟିପତି ଉଦ୍ୟୋଗୀ ଇୟାର ଓଫରଙ୍କର | ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ହେଲିକପ୍ଟରରୁ ସଶସ୍ତ୍ର କମାଣ୍ଡୋ ଜାହାଜରେ ଅବତରଣ କରୁଛନ୍ତି। ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ ଏହି ଘଟଣା ଘଟିଛି।
ସୂଚନାଯୋଗ୍ୟ ଯେ, ଏପ୍ରିଲ ୧ରେ ସିରିଆର ରାଜଧାନୀ ଦମାସକସ ସ୍ଥିତ ଇରାନର ବାଣିଜ୍ୟିକ ଦୂତାବାସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର ବରିଷ୍ଠ କମାଣ୍ଡର ଜେନେରାଲ ମହମ୍ମଦ ରେଜା ଜହେଦୀଙ୍କ ସମେତ ୭ ଜଣ ଇରାନ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିଲା ଇରାନ । ଇସ୍ରାଏଲ୍ ଏହାର ପରିଣାମ ଭୋଗିବ ବୋଲି ଧମକ ଦେଇଥିଲା ଇରାନ ।
ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
Next Articleଓଡ଼ିଶା ପାଇଁ କଂଗ୍ରେସର ୯ ଜଣିଆ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା, ବାଲେଶ୍ଵରରୁ ଲଢିବେ ଶ୍ରୀକାନ୍ତ ଜେନା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
