News Room Odisha
BREAKING
Odia

ସଲମାନ ଖାନଙ୍କ ଘର ବାହାରେ ଗୁଳିଚାଳନା ପାଇଁ ନିଜକୁ ଦାୟୀ କଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣା ପାଇଁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଛି। ଆମେରିକାରେ ରହୁଥିବା ଅନମୋଲ ବିଷ୍ଣୋଇ ଏକ ସୋସିଆଲ ମିଡିଆ ପୋଷ୍ଟରେ ସଲମାନଙ୍କ ଘର ବାହାରେ ଗୁଳିଚାଳନା ପାଇଁ ନିଜକୁ ଦାୟୀ କରିଛି। ଏହା କେବଳ ଏକ ଟ୍ରେଲର ଥିଲା ବୋଲି କହିଛି ଅନମୋଲ ବିଷ୍ଣୋଇ। ରବିବାର ସକାଳେ ସଲମାନ ଖାନଙ୍କ ମୁମ୍ବାଇ ବାସଭବନ ବାହାରେ ମୋଟର ସାଇକେଲରେ [...]

Admin•April 14, 2024
Share Article:

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣା ପାଇଁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଛି। ଆମେରିକାରେ ରହୁଥିବା ଅନମୋଲ ବିଷ୍ଣୋଇ ଏକ ସୋସିଆଲ ମିଡିଆ ପୋଷ୍ଟରେ ସଲମାନଙ୍କ ଘର ବାହାରେ ଗୁଳିଚାଳନା ପାଇଁ ନିଜକୁ ଦାୟୀ କରିଛି। ଏହା କେବଳ ଏକ ଟ୍ରେଲର ଥିଲା ବୋଲି କହିଛି ଅନମୋଲ ବିଷ୍ଣୋଇ।

ରବିବାର ସକାଳେ ସଲମାନ ଖାନଙ୍କ ମୁମ୍ବାଇ ବାସଭବନ ବାହାରେ ମୋଟର ସାଇକେଲରେ ଆସି ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳିଚାଳନା କରିଥିଲେ। ଏହି ଘଟଣା ପରେ ପୋଲିସ ତାଙ୍କ ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି କରିଛି। ପୋଲିସ କହିଛି ଯେ ସକାଳ ପ୍ରାୟ ୫ଟା ସମୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଦୁଇଜଣ ବ୍ୟକ୍ତି ଚାରି ରାଉଣ୍ଡ ଗୁଳି ଚଳାଇ ପଳାଇଥିଲେ। ସଲମାନ ଏହି ଆପାର୍ଟମେଣ୍ଟରେ ରୁହନ୍ତି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସଲମାନଙ୍କ ଘର ଚାରିପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।

ଅନମୋଲ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି , “ଓମ୍ ଜୟ ଶ୍ରୀ ରାମ, ଜୟ ଗୁରୁଜୀ ଜାମ୍ବେଶ୍ୱର, ଜୟ ଗୁରୁ ଦିନାନନ୍ଦ ସରସ୍ୱତୀ, ଜୟ ଭାରତ। ଆମେ ଶାନ୍ତି ଚାହୁଁ। ଯଦି ଅତ୍ୟାଚାର ବିରୋଧରେ ନ୍ୟାୟ ଯୁଦ୍ଧ ଦ୍ବାରା ମିଳେ, ତେବେ ଯୁଦ୍ଧ ହେବ। ସଲମାନ ଖାନ, ଆମେ ତୁମକୁ ଏକ ଟ୍ରେଲର ଦେଖାଇବା ପାଇଁ ଏଭଳି (ଗୁଳିମାଡ଼) କରିଥିଲୁ , ଯାହା ଦ୍ବାରା ତୁମେ ଆମ ଶକ୍ତିର ଆକଳନ କରିପାରିବ। ଏହା ପ୍ରଥମ ଓ ଶେଷ ଚେତାବନୀ, ଏହା ପରେ ଆଉ ଘର ଉପରେ ଗୁଳିମାଡ଼ ହେବ ନାହିଁ।”

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ସଲମାନଙ୍କ କାର୍ଯ୍ୟାଳୟକୁ ଏକ ଇମେଲ ଆସିଥିଲା ଯେଉଁଥିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର ଏବଂ ଅନ୍ୟ ଜଣେ ବିରୋଧରେ ପୋଲିସ ଏଫଆଇଆର ରୁଜୁ କରିଥିଲା। ଇମେଲରେ କୁହାଯାଇଥିଲା – ସଲମାନ ନିଶ୍ଚିତ ଭାବେ ଏକ ନ୍ୟୁଜ ଚ୍ୟାନେଲକୁ ଲରେନ୍ସ ବିଷ୍ନୋଇ ଦେଇଥିବା ସାକ୍ଷାତକାର ଦେଖିଥିବେ । ଯଦି ସେ ଦେଖି ନାହାଁନ୍ତି ତେବେ ସେ ଏହାକୁ ଦେଖନ୍ତୁ। ଯଦି ଖାନ ଏହି ମାମଲା (କୃଷ୍ଣସାର ମୃଗ ଶିକାର) ବନ୍ଦ କରିବାକୁ ଚାହାଁନ୍ତି, ତେବେ ସେ ଗୋଲ୍ଡି ଭଇଙ୍କ ସହ ମୁହାଁମୁହିଁ କଥା ହେବା ଉଚିତ |

#Odia#Odisha#News
Share Article:

Related Articles