News Room Odisha
BREAKING
Odia

ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆଙ୍କ ଶୁଭ ୧୨୫ ତମ ବର୍ଷବ୍ୟାପୀ ଜୟନ୍ତୀ ଉତ୍ସବ ପୁରୀ ଠାରେ ଉଦ୍ଘାଟିତ

ଯୁଗେ ଯୁଗେ ଶ୍ରୀ ଜଗନ୍ନାଥ ଭକ୍ତର ଅଧୀନ। ଭକ୍ତ ମାନଙ୍କ ଭାବକୁ ଗ୍ରହଣ କରି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଅନେକ ଲୀଳା କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି। ଏପରି ଜଣେ ଅନାଲୋଚିତ ଭକ୍ତ ଥିଲେ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆ। ଶ୍ରୀ ରାଧାରମଣ ଫାଉଣ୍ଡେସନ ତରଫରୁ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆ ଙ୍କ ୧୨୫ ତମ ଜନ୍ମ ବାର୍ଷିକ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଗୁରୁଚରଣ [...]

Admin•April 15, 2024
Share Article:

ଯୁଗେ ଯୁଗେ ଶ୍ରୀ ଜଗନ୍ନାଥ ଭକ୍ତର ଅଧୀନ। ଭକ୍ତ ମାନଙ୍କ ଭାବକୁ ଗ୍ରହଣ କରି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଅନେକ ଲୀଳା କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି। ଏପରି ଜଣେ ଅନାଲୋଚିତ ଭକ୍ତ ଥିଲେ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆ। ଶ୍ରୀ ରାଧାରମଣ ଫାଉଣ୍ଡେସନ ତରଫରୁ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆ ଙ୍କ ୧୨୫ ତମ ଜନ୍ମ ବାର୍ଷିକ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଗୁରୁଚରଣ ଦାସ ଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବରେ ଟାଟାମେନ ହସ୍ପିଟାଲର ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଜଗନ୍ନାଥ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଉତ୍ସବକୁ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡ଼ଃ ମଳୟ ମିଶ୍ର, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ର ଅଧ୍ୟକ୍ଷ ଡ଼ଃ ଅଶୋକ କୁମାର ମହାପାତ୍ର, ନ୍ୟାୟମୂର୍ତି ପ୍ରତିମା ପଣ୍ଡା, ଡ଼ଃ ସିଧେଶ୍ୱର ମୋହପାତ୍ର,ସ୍ୱାମୀ ବ୍ରହ୍ମନିଷ୍ଠ ନନ୍ଦ ଜି ମହାରାଜ, ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାତଯୋଶୀ ମହାପାତ୍ର, ପୂର୍ବତନ କୁଳପତି ଡ଼ଃ ହରିହର ହୋତା ,ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ଦାସ, ଫ୍ରି ଟୁ ସ୍ପିକ ର ମୂଖ୍ୟ ସମ୍ପାଦକ ଲଳିତେନ୍ଦୁ ଦାସ, ଅରେଞ୍ଜ ଫାଉଣ୍ଡେସନ ର ଚେୟାରମ୍ୟାନ ଡ଼ଃ ଏ ନାରାୟଣ ଆଚାରୀ ଯୋଗଦେଇ ନିଜର ଭାବପୁର୍ଣ ଶ୍ରଦ୍ଧଞ୍ଜଳି ଅର୍ପଣ କରିଥିଲେ। ଉତ୍ସବ ଅବସରରେ ଏକ ସ୍ମୃତି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଅନୁଷ୍ଠାନ ର ସହଯୋଗୀ ଅରେଞ୍ଜ ଫଉଣ୍ଡସନ ଦ୍ୱାରା ଲୋଗୋ ଓ ୱେବ୍ସାଇଦେ ଉନ୍ମୋଚିତ ହେବା ସହ ଚାଳିଶ ଜଣ ଗରିବ ପରିବାର କୁ ରନ୍ଧନ ସାମଗ୍ରୀ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ସାଂଗଠନିକ ସମ୍ପାଦକ ଏ ଜଗନ୍ନାଥ ଆଚାରୀ ଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା।ଶେଷରେ ନୀଳମଣି ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

#Odia#Odisha#News
Share Article:

Related Articles