News Room Odisha
BREAKING
Odia

ଯାଜପୁର ବସ୍ ଦୁର୍ଘଟଣା : ସମସ୍ତ ୪୨ ଆହତ ଏସସିବିରେ ଭର୍ତ୍ତି, ୫ ଜଣ ଆଇସିୟୁରେ

ଭୁବନେଶ୍ୱର – ଯାଜପୁର କୁଆଖିଆ ନିକଟ ବାରବାଟୀ ଛକ ଓଭରବ୍ରିଜରୁ ଖସି ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଓ ୪ ଜଣ ପୁରୁ‌ଷ ଅଛନ୍ତି। ଗତକାଲି ସଂଧ୍ୟାରେ ଘଟିଥିବା ଦୁର୍ଘଟଣାରେ ୪୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଗୁରୁତର ଅଛନ୍ତି। କଟକ ଏସସିବି ମେଡିକାଲରେ ୪୨ ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି ।ଏମାନଙ୍କ ମଧ୍ୟରେ ୧୩ ମହିଳା, ୨୭ ପୁରୁଷ [...]

Admin•April 16, 2024
Share Article:

ଭୁବନେଶ୍ୱର – ଯାଜପୁର କୁଆଖିଆ ନିକଟ ବାରବାଟୀ ଛକ ଓଭରବ୍ରିଜରୁ ଖସି ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଓ ୪ ଜଣ ପୁରୁ‌ଷ ଅଛନ୍ତି। ଗତକାଲି ସଂଧ୍ୟାରେ ଘଟିଥିବା ଦୁର୍ଘଟଣାରେ ୪୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଗୁରୁତର ଅଛନ୍ତି। କଟକ ଏସସିବି ମେଡିକାଲରେ ୪୨ ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି ।ଏମାନଙ୍କ ମଧ୍ୟରେ ୧୩ ମହିଳା, ୨୭ ପୁରୁଷ ଓ ଦୁଇ ଜଣ ପିଲା ଅଛନ୍ତି । ୫ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କ ପାଇଁ ଏସସିବିରେ ୭ଟି ଆଇସିୟୁ ବେଡ ପ୍ରସ୍ତୁତ ରହିଛି ।ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ୪୦ ଜଣିଆ ଡାକ୍ତରୀ ଟିମ୍ ଆହତଙ୍କ ଚିକିତ୍ସା କରୁଛନ୍ତି ।

#Odia#Odisha#News
Share Article:

Related Articles