News Room Odisha
BREAKING
Odia

ବିଧାନସଭା ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ

ନୂଆଦିଲ୍ଲୀ – ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୧ ଜଣଙ୍କ ନାଁ ରହିଛି । ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା,ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ ପ୍ରତିଦ୍ବନ୍ଦ୍ବିତା କରିବେ। କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା-ଏରସମାରୁ ସତ୍ୟସାରଥି [...]

Admin•April 16, 2024
Share Article:

ନୂଆଦିଲ୍ଲୀ – ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୧ ଜଣଙ୍କ ନାଁ ରହିଛି ।

ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା,ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ ପ୍ରତିଦ୍ବନ୍ଦ୍ବିତା କରିବେ। କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା-ଏରସମାରୁ ସତ୍ୟସାରଥି ମହାନ୍ତି ପ୍ରାର୍ଥୀ ହୋଇଛନ୍ତି।

ଜଗତସିଂହପୁରରୁ ଅମରେନ୍ଦ୍ର ଦାଶ, କାକଟପୁରରୁ ବାଇଧର ମଲ୍ଲିକ,ରଣପୁରରୁ ସୁରମା ପାଢ଼ୀ, ସାନଖେମୁଣ୍ଡିରୁ ଉତ୍ତମ କୁମାର ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ।ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମ କଟକରୁ ଜଗନ୍ନାଥ ନୁଦୃକା ରାୟଗଡ଼ାରୁ ବସନ୍ତ କୁମାର ଉଲାକା, ଚିତ୍ରକୋଣ୍ଡାରୁ ଡମ୍ବରୁ ସୀସା, କୋଟପଡାରୁ ରୁପୁ ଭତ୍ରା ଓ ପଟାଙ୍ଗୀରୁ ଚୈତନ୍ୟ ନନ୍ଦିବାଲୀ ନିର୍ବାଚନ ଲଢ଼ିବେ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ବିଜେପି ୧୧୨ଟି ଆସନରେ ପ୍ରାର୍ଥୀ ଦେଇଥିଲା ।

#Odia#Odisha#News
Share Article:

Related Articles