News Room Odisha
BREAKING
Odia

ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ସୂରଜେୱାଲାଙ୍କ ଉପରେ ଲାଗିଲା ୪୮ ଘଣ୍ଟା ପ୍ରଚାର କଟକଣା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂରଜେୱାଲାଙ୍କ ଉପରେ ୪୮ ଘଣ୍ଟା ପାଇଁ ପ୍ରଚାର କଟକଣା ଲଗାଇଛନ୍ତି। ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠୁ ନିର୍ବାଚନ କମିଶନ ପ୍ରଥମ ଥର ପାଇଁ କୌଣସି ନେତାଙ୍କ ଉପରେ ପ୍ରଚାର କଟକଣା ଲଗାଇଛନ୍ତି। ହେମା ମାଳିନୀଙ୍କ ବିରୋଧରେ “ଅଶୋଭନୀୟ, ଅଶ୍ଳୀଳ ତଥା ଅସଭ୍ୟ” ମନ୍ତବ୍ୟ ପାଇଁ [...]

Admin•April 16, 2024
Share Article:

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂରଜେୱାଲାଙ୍କ ଉପରେ ୪୮ ଘଣ୍ଟା ପାଇଁ ପ୍ରଚାର କଟକଣା ଲଗାଇଛନ୍ତି।

ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠୁ ନିର୍ବାଚନ କମିଶନ ପ୍ରଥମ ଥର ପାଇଁ କୌଣସି ନେତାଙ୍କ ଉପରେ ପ୍ରଚାର କଟକଣା ଲଗାଇଛନ୍ତି।

ହେମା ମାଳିନୀଙ୍କ ବିରୋଧରେ “ଅଶୋଭନୀୟ, ଅଶ୍ଳୀଳ ତଥା ଅସଭ୍ୟ” ମନ୍ତବ୍ୟ ପାଇଁ ନିର୍ବାଚନ କମିଶନ ଗତ ମଙ୍ଗଳବାର ସୂରଜେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।

କମିଶନ କହିଛନ୍ତି ସୂରଜେୱାଲାଙ୍କ ମନ୍ତବ୍ୟ ଆଦର୍ଶ ଆଚରଣ ବିଧି ତଥା କମିଶନଙ୍କ ମାର୍ଗଦର୍ଶିକା ଉଲ୍ଲଂଘନ କରିଛି। ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ, ଅସଭ୍ୟ ତଥା ଅଶ୍ଳୀଳ ଥିଲା।

#Odia#Odisha#News
Share Article:

Related Articles