News Room Odisha
BREAKING
Odia

ଅସହ୍ୟ ତାତି: ୧୮ ସହରରେ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ଅଧିକ, ବାରିପଦା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ତାତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି। ଏଥିମଧ୍ୟରୁ ୧୮ଟି ସହରରେ ୪୧ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦା ହୋଇଛି ଆଜି ରାଜ୍ୟର ଉତ୍ତପ୍ତ ସହର । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ [...]

Admin•April 16, 2024
Share Article:
ଅସହ୍ୟ ତାତି: ୧୮ ସହରରେ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ଅଧିକ, ବାରିପଦା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ତାତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି। ଏଥିମଧ୍ୟରୁ ୧୮ଟି ସହରରେ ୪୧ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦା ହୋଇଛି ଆଜି ରାଜ୍ୟର ଉତ୍ତପ୍ତ ସହର । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୪୨ ଦଶମିକ ୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ତାଳଚେର ଓ ବୈ।ଦ୍ଧରେ ୪୨, ଭୁବନେଶ୍ୱର ଓ ମାଲକାନଗିରିରେ ୪୧ ଦଶମିକ ୯, ନୟାଗଡ଼ ଓ ଅନୁଗୋଳରେ ୪୧ ଦଶମିକ ୭, ଚାନ୍ଦବାଲିରେ ୪୧ ଦଶମିକ ୬, ଖୋର୍ଦ୍ଧା, ଟିଟିଲାଗଡ଼ ଓ ଜଗତସିଂହପୁରରେ ୪୧ ଦଶମିକ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ଆହୁରି ୩-୪ ଦିନ ଏଭଳି ଅସହ୍ୟ ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

#Odia#Odisha#News
Share Article:

Related Articles