News Room Odisha
BREAKING
Odia

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି : ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଶୋକଷ୍ଟମୀ ନୀତି ପାଳିତ ହୋଇଥିଲା। ଏହି ଦିନ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ଶ୍ରୀ ଲୋକନାଥ ଦେବଙ୍କୁ ମହାଜନ ସେବକ ହାତରେ ବିଜେ କରାଇ ମୁକ୍ତି ମଣ୍ଡପ ନିକଟରେ ଥିବା ପାଲିଙ୍କି ରେ ବିଜେ କରାଇଥିଲେ। ପରେ ଘଣ୍ଟ , ଛତ୍ର , କାହାଳି ରେ ବିମାନ ବଡୁ ସେବକ ଉକ୍ତ ବିମାନ ଟିକୁ ଶ୍ରୀ ଇଶାନେଶ୍ୱରଙ୍କ ମନ୍ଦିରକୁ ନେଇକି [...]

Admin•April 17, 2024
Share Article:

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି :

ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଶୋକଷ୍ଟମୀ ନୀତି ପାଳିତ ହୋଇଥିଲା। ଏହି ଦିନ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ଶ୍ରୀ ଲୋକନାଥ ଦେବଙ୍କୁ ମହାଜନ ସେବକ ହାତରେ ବିଜେ କରାଇ ମୁକ୍ତି ମଣ୍ଡପ ନିକଟରେ ଥିବା ପାଲିଙ୍କି ରେ ବିଜେ କରାଇଥିଲେ। ପରେ ଘଣ୍ଟ , ଛତ୍ର , କାହାଳି ରେ ବିମାନ ବଡୁ ସେବକ ଉକ୍ତ ବିମାନ ଟିକୁ ଶ୍ରୀ ଇଶାନେଶ୍ୱରଙ୍କ ମନ୍ଦିରକୁ ନେଇକି ଯାଇଥିଲେ। ପାଳିଆ ଖୁଣ୍ଟିଆ ଖଣ୍ଡେ ଅମୁଣିଆ ମାଳ ହାତରେ ନେଇ ଠାକୁରଙ୍କ ସଙ୍ଗରେ ଯାଇଥିଲେ।

ଶ୍ରୀ ଲୋକନାଥଙ୍କୁ ମହାଜନେ ଶ୍ରୀ ଇଶାନେଶ୍ୱରଙ୍କ ମନ୍ଦିର ଭିତରକୁ ବିଜେ କରାଇଥିଲେ। ପାଳିଆ ଖୁଣ୍ଟିଆ ଧରିଥିବା ମାଳ ଟିକୁ ଭିତରଚ୍ଛ ମହାପାତ୍ର ଶ୍ରୀ ଇଶାନେଶ୍ୱରଙ୍କୁ ଲାଗି କଲା ପରେ ସେ ମାଳ ଲୋକନାଥଙ୍କୁ ଲାଗି ହୋଇଥିଲା। ତତ୍ପରେ ମହାଜନେ ଲୋକନାଥଙ୍କୁ ଆଣି ପାଲିଙ୍କିରେ ବିଜେ କରିଥିଲେ।

ଏହାପରେ ବିମାନବଡୁ ଉକ୍ତ ପାଲିଙ୍କି କୁ ସିଂହଦ୍ୱାର ଦେଇ ଜଗନ୍ନାଥ ବଲ୍ଲଭ କୁ ଆସିଥିଲେ। ସେଠାରେ ଭୋଗ , ବନ୍ଦାପନା ହୋଇ ଅଶୋକ ମଣୋହି ହୋଇ ତତ୍ପରେ ଦିଅଁ ଶ୍ରୀମନ୍ଦିରକୁ ବାହୁଡା ବିଜେ କରାଇଥିଲେ।

#Odia#Odisha#News
Share Article:

Related Articles