News Room Odisha
BREAKING
Odia

ନାଟଗାଁରେ ରହିଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ରଘୁନାଥ ମନ୍ଦିର, ଯେଉଁଠି ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ ରାମ ଜନ୍ମୋତ୍ସଵ

ଦକ୍ଷିଣ ଓଡ଼ିଶାର ଏକମାତ୍ର ରଘୁନାଥ ମନ୍ଦିର ଯେଉଁଠି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଠାରୁ ଅଭିଷେକ ତା ପରଦିନ ଯାତ୍ରା ପର୍ଯ୍ୟନ୍ତ ଉତ୍ସବ ଦୀର୍ଘ ୧୨ ଦିନ ଧରି ଅତି ସୁନ୍ଦର ତଥା ଜାକଜମକ ରେ ପାଳନ କରାଯାଏ । ଅନ୍ୟ ସ୍ଥାନରେ ଲଙ୍କା ପୋଡି ପରେ ଯାତ୍ରା କରାଯାଏ । ମନ୍ଦିର ଗର୍ଭଗୃହସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ପ୍ରସ୍ତର ମୂର୍ତ୍ତି,ସୀତା ଦେବୀଙ୍କର ଅଷ୍ଟଧାତୁର ମୂର୍ତ୍ତି ଏବଂ ହନୁମାନଙ୍କ କାଷ୍ଠ ମୂର୍ତ୍ତି ପୂଜା [...]

Admin•April 19, 2024
Share Article:

ଦକ୍ଷିଣ ଓଡ଼ିଶାର ଏକମାତ୍ର ରଘୁନାଥ ମନ୍ଦିର ଯେଉଁଠି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଠାରୁ ଅଭିଷେକ ତା ପରଦିନ ଯାତ୍ରା ପର୍ଯ୍ୟନ୍ତ ଉତ୍ସବ ଦୀର୍ଘ ୧୨ ଦିନ ଧରି ଅତି ସୁନ୍ଦର ତଥା ଜାକଜମକ ରେ ପାଳନ କରାଯାଏ । ଅନ୍ୟ ସ୍ଥାନରେ ଲଙ୍କା ପୋଡି ପରେ ଯାତ୍ରା କରାଯାଏ ।

ମନ୍ଦିର ଗର୍ଭଗୃହସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ପ୍ରସ୍ତର ମୂର୍ତ୍ତି,ସୀତା ଦେବୀଙ୍କର ଅଷ୍ଟଧାତୁର ମୂର୍ତ୍ତି ଏବଂ ହନୁମାନଙ୍କ କାଷ୍ଠ ମୂର୍ତ୍ତି ପୂଜା ପାଉଛନ୍ତି ।

ଉପେନ୍ଦ୍ର ଭଞ୍ଜଙ୍କ ପିତାମହ ରାଜକଵି ଧନଞ୍ଜୟ ଭଞ୍ଜ(୧୬୩୬-୧୭୦୧)ଙ୍କ ଦ୍ଵାରା ନିର୍ମାଣ ହୋଇଥିଵା ଏବଂ କୈାଣସି କାରଣ ବଶତଃ ଧ୍ବଂସ ପାଇଥିବା ପରେ ଶ୍ରୀକର ଭଞ୍ଜ(୧୭୯୦-୯୯ ଓ ୧୮୧୯-୩୨)ଙ୍କ ସମୟରେ ପୁନଃରୁଦ୍ଧାର କରାଯାଇଥିବା ଏହି ମନ୍ଦିରରେ ରାମନବମୀ ଦିନ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ତାପର ଦିନ ଅର୍ଥାତ୍ ଦ୍ବିତୀୟ ଦିନଠାରୁ ଅଷ୍ଟମ ଦିନ ପର୍ଯ୍ୟନ୍ତ ପ୍ରଭୁ ରାମ ଓ ଲକ୍ଷ୍ମଣ ସୁସଜ୍ଜିତ ରଥରେ ନଗର ପରିକ୍ରମା ପରେ ଅଷ୍ଟମ ଦିନ ପ୍ରଭୁଙ୍କ ଵିଵାହ ଉତ୍ସବ ,ନବମ ଦିନ ବନବାସ, ଦଶମ ଦିନ ଲଙ୍କାପୋଡି ହୋଇଥାଏ।

#Odia#Odisha#News
Share Article:

Related Articles