News Room Odisha
BREAKING
Odia

ପୁଣି ହୀରାକୁଦ ଜଳଭଣ୍ଡାରରେ ଡଙ୍ଗାବୁଡି, ୨୦ ରୁ ଉର୍ଦ୍ଧ୍ବ ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଆଜି ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରରେ ପୁଣି ଯାତ୍ରୀବାହୀ ଡଙ୍ଗାବୁଡି ଯିବା ଫଳରେ ୨୦ ରୁ ଉର୍ଦ୍ଧ୍ବ ନିଖୋଜ ଥିବା ସୂଚନା ମିଳିଛି। ଏଥିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ଯ ମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଉଛି। ପ୍ରାପ୍ତ ସୂଚନାମତେ, ଆଜି ଅପରାହ୍ନରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଶରଧା ଘାଟରୁ କିଛି ପରିବାର ସଦସ୍ୟ ଏକ ଦେଶୀ ଡଂଗାରେ ଅପରପଟ ପଥରସେନୀ ଘାଟକୁ ଯାଉଥିଲେ। ଏହି ସମୟରେ କୌଣସି କାରଣରୁ [...]

Admin•April 19, 2024
Share Article:

ଝାରସୁଗୁଡ଼ା: ଆଜି ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରରେ ପୁଣି ଯାତ୍ରୀବାହୀ ଡଙ୍ଗାବୁଡି ଯିବା ଫଳରେ ୨୦ ରୁ ଉର୍ଦ୍ଧ୍ବ ନିଖୋଜ ଥିବା ସୂଚନା ମିଳିଛି। ଏଥିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ଯ ମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଉଛି।

ପ୍ରାପ୍ତ ସୂଚନାମତେ, ଆଜି ଅପରାହ୍ନରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଶରଧା ଘାଟରୁ କିଛି ପରିବାର ସଦସ୍ୟ ଏକ ଦେଶୀ ଡଂଗାରେ ଅପରପଟ ପଥରସେନୀ ଘାଟକୁ ଯାଉଥିଲେ। ଏହି ସମୟରେ କୌଣସି କାରଣରୁ ଭାରସାମ୍ଯ ହରାଇ ଡଙ୍ଗାଟି ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପ୍ରାୟ ୨୦ ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ଘଟଣାସ୍ଥଳରେ ଶତାଧିକ ଗ୍ରାମବାସୀ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସୁଥିବା ସୂଚନା ମିଳିଛି।

#Odia#Odisha#News
Share Article:

Related Articles