News Room Odisha
BREAKING
Odia

ଶ୍ରୀ ମନ୍ଦିରରେ କାମଦା ଏକାଦଶୀ ଓ ସୀତା ବିବାହ ନୀତି ସମ୍ପର୍ଣ୍ଣ

ଚୈତ୍ର-ମାସ ଶୁକ୍ଳ-ପକ୍ଷ ଏକାଦଶୀକୁ କାମଦା ଏକାଦଶୀ ବା ଫଳଦା ଏକାଦଶୀ କୁହାଯାଏ। ଚୈତ୍ର-ମାସ ଶୁକ୍ଳ-ପକ୍ଷ ଏକାଦଶୀ ଦିନରେ ଭଗବାନ ବିଷ୍ଣୁଙ୍କ ବିଶେଷ ପୂଜା ଏବଂ ଉପବାସ କରାଯାଇଥାଏ। ଏଥିସହ କାମଦା ଏକାଦଶୀ ବା ଫଳଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀ ମଦନ ମୋହନଙ୍କ ଏକାଦଶୀ ବେଢ଼ା ପରେ ସନ୍ଧ୍ୟଧୂପ ଉଠିଥିଲା।ଏହାପରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଉଠିଥିଲା। ଏହାସହ ଶ୍ରୀରାମ [...]

Admin•April 20, 2024
Share Article:

ଚୈତ୍ର-ମାସ ଶୁକ୍ଳ-ପକ୍ଷ ଏକାଦଶୀକୁ କାମଦା ଏକାଦଶୀ ବା ଫଳଦା ଏକାଦଶୀ କୁହାଯାଏ। ଚୈତ୍ର-ମାସ ଶୁକ୍ଳ-ପକ୍ଷ ଏକାଦଶୀ ଦିନରେ ଭଗବାନ ବିଷ୍ଣୁଙ୍କ ବିଶେଷ ପୂଜା ଏବଂ ଉପବାସ କରାଯାଇଥାଏ। ଏଥିସହ କାମଦା ଏକାଦଶୀ ବା ଫଳଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷ ପୂଜା କରିବାର ପରମ୍ପରା ମଧ୍ୟ ରହିଛି।

ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀ ମଦନ ମୋହନଙ୍କ ଏକାଦଶୀ ବେଢ଼ା ପରେ ସନ୍ଧ୍ୟଧୂପ ଉଠିଥିଲା।ଏହାପରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଉଠିଥିଲା।

ଏହାସହ ଶ୍ରୀରାମ ଲୀଳା ଆଧାରରେ ଶ୍ରୀମନ୍ଦିର ରେ ସୀତା ବିବାହ ନୀତି ଅନୁଷ୍ଠିତ ହୋଇଥିଲା। ସୀତା ବିବାହ (ଚୈତ୍ର ଶୁକ୍ଲ ଏକାଦଶୀ): ଉକ୍ତ ଦିନ ସନ୍ଧ୍ୟାଧୁପ ଓ ଦକ୍ଷିଣି ଘର ଭୋଗ ଶେଷ ହେବାପରେ ରାମ,ଲକ୍ଷ୍ମଣ,ସୀତା ଚଳନ୍ତି ପ୍ରତିମାମାନେ ଘଣ୍ଟ, ଛତା ଓ କାହାଳି ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ ଜରାଯାଇଥିଲା ! ସେଠାରେ ଏକ ଖଟ ଉପରେ ତିନି ପ୍ରତିମାଙ୍କୁ ଅଧିଷ୍ଠିତ କରାଯାଇ ସୀତା ବିବାହ ପ୍ରସ୍ତାବ ଆଗତ କରଯାଇଥିଲା ! ଏହାପରେ ଏଠାରେ ହରଚଣ୍ତୀ ସାହିର ଜନୈକ ବ୍ୟକ୍ତି ପର୍ଶୁରାମ ବେଶରେ ସାହି ଯାତ୍ରା ସହ ଉପସ୍ଥିତ ହୋଇଥିଲେ ! ବନ୍ଦାପନା, ଶୀତଳ ଭୋଗ ଓ ଅନ୍ୟାନ୍ୟ ନୀତି ଶେଷ ହେବାପରେ ପ୍ରତିମାମାନେ ଶ୍ରୀମନ୍ଦିର ଦକ୍ଷିଣି ଘରକୁ ବାହୁଡା ବିଜେ କରିଥିଲେ !

#Odia#Odisha#News
Share Article:

Related Articles