News Room Odisha
BREAKING
Odia

ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବେ ପର୍ଯ୍ୟବେକ୍ଷକ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୨ଟି ଲୋକସଭା ଓ ୧୩ଟି ବିଧାନସଭା ଆସନ ସକାଶେ ହେବାକୁ ଥିବା ନିର୍ବାଚନରର ପ୍ରାର୍ଥୀମାନଙ୍କ ଖର୍ଚ୍ଚ ଉପରେ ନଜର ରଖିବେ ନିର୍ବାଚନ ଆୟୋଗଙ୍କ ଦ୍ବାରା ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ। ତାଙ୍କୁ ଏଥିରେ ସହାୟତା କରିବେ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଅନ୍ୟାନ୍ୟ ଅଧିକାରୀ। ପ୍ରାର୍ଥୀମାନଙ୍କ ଖର୍ଚ୍ଚ କିଭଳି ତଦାରଖ କରିବେ ସେ ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୁଇ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ହୋଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୁଲ୍ୟା ସମ୍ମିଳନୀ [...]

Admin•April 20, 2024
Share Article:
ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବେ ପର୍ଯ୍ୟବେକ୍ଷକ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୨ଟି ଲୋକସଭା ଓ ୧୩ଟି ବିଧାନସଭା ଆସନ ସକାଶେ ହେବାକୁ ଥିବା ନିର୍ବାଚନରର ପ୍ରାର୍ଥୀମାନଙ୍କ ଖର୍ଚ୍ଚ ଉପରେ ନଜର ରଖିବେ ନିର୍ବାଚନ ଆୟୋଗଙ୍କ ଦ୍ବାରା ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ। ତାଙ୍କୁ ଏଥିରେ ସହାୟତା କରିବେ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଅନ୍ୟାନ୍ୟ ଅଧିକାରୀ। ପ୍ରାର୍ଥୀମାନଙ୍କ ଖର୍ଚ୍ଚ କିଭଳି ତଦାରଖ କରିବେ ସେ ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୁଇ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ହୋଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କିଭଳି ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ବିବରଣୀ ତଦାରଖ କରିବେ ସେ ସମ୍ପର୍କରେ ଜିଲ୍ଲାରେ ନିଯୁକ୍ତ ସହକାରୀ ଖର୍ଚ୍ଚ ନିରୀକ୍ଷଣ ଅଧିକାରୀ, ବିଭିନ୍ନ ସ୍କ୍ବାଡ୍ ଟିମ୍ ସଦସ୍ୟମାନଙ୍କୁ ବ୍ରହ୍ମପୁର ଲୋକସଭା ନିମନ୍ତେ ନିଯୁକ୍ତ ଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସେହିପରି ଚିକିଟି ବିଧାନସଭା, ବ୍ରହ୍ମପୁର ବିଧାନସଭା, ଗୋପାଳପୁର ବିଧାନସଭା ଏବଂ ଛତ୍ରପୁର ବିଧାନସଭା ନିମନ୍ତେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଥିବା କାଞ୍ଚି ଗୁପ୍ତା, ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟଜ୍ଯୋତି ପରିଡା, ବ୍ରହ୍ମପୁର ଲୋକସଭା ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ବିଭିନ୍ନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନ କରି କିଭଳି ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ଅବାଧ, ମୁକ୍ତ ଭାବେ ପରିଚାଳନା କରିହେବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜନସାଧାରଣ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ କୌଣସି ତଥ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ମାନଙ୍କ ଦୃଷ୍ଟିକୁ ନେବାକୁ ଚାହିଁଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେଙ୍କ ଯୋଗାଯୋଗ ନମ୍ବର ୯୬୯୨୨୦୧୫୩୦ ଏବଂ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ କାଞ୍ଚି ଗୁପ୍ତାଙ୍କ ଯୋଗାଯୋଗ ନମ୍ବର ୯୬୯୨୧୯୪୧୫୭କୁ ଫୋନ୍ କରି ଜଣାଇ ପାରିବେ। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ବାଚନ କାର୍ଯ୍ୟ ଯେପରି ସଠିକ ଭାବେ ହୋଇପାରିବ ସେଥିସକାଶେ ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

#Odia#Odisha#News
Share Article:

Related Articles