News Room Odisha
BREAKING
Odia

ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ବିଷ୍ଣୋଇ ଭ୍ରାତା ‘ୱାଣ୍ଟେଡ ଅଭିଯୁକ୍ତ’ ଘୋଷିତ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ମାମଲାରେ ମୁମ୍ବାଇ ପୋଲିସ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାଙ୍କ ସାନଭାଇ ଅନମୋଲ ବିଷ୍ଣୋଇଙ୍କୁ ‘ୱାଣ୍ଟେଡ ଅଭିଯୁକ୍ତ’ ରୂପେ ଘୋଷଣା କରିଛି। ଜଣେ ଅଧିକାରୀ କହିଛନ୍ତି, ବିଷ୍ଣୋଇ ଭ୍ରାତାଙ୍କ ନିର୍ଦ୍ଦେଶ ମୁତାବକ ଏହି ମାମଲାରେ ଗିରଫ ଭିକି ଗୁପ୍ତା ଓ ସାଗର ପାଲ, ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏଫ୍ଆଇଆରରେ [...]

Admin•April 21, 2024
Share Article:

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ମାମଲାରେ ମୁମ୍ବାଇ ପୋଲିସ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାଙ୍କ ସାନଭାଇ ଅନମୋଲ ବିଷ୍ଣୋଇଙ୍କୁ ‘ୱାଣ୍ଟେଡ ଅଭିଯୁକ୍ତ’ ରୂପେ ଘୋଷଣା କରିଛି। ଜଣେ ଅଧିକାରୀ କହିଛନ୍ତି, ବିଷ୍ଣୋଇ ଭ୍ରାତାଙ୍କ ନିର୍ଦ୍ଦେଶ ମୁତାବକ ଏହି ମାମଲାରେ ଗିରଫ ଭିକି ଗୁପ୍ତା ଓ ସାଗର ପାଲ, ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇଥିଲେ।

ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏଫ୍ଆଇଆରରେ ଆଉ ଦୁଇଟି ଦଫା ମଧ୍ୟ ଯୋଡ଼ିଛି। ଏହି ଦୁଇ ଦଫା ହେଲା ୫୦୬(୨) (ହତ୍ୟା କିମ୍ବା ଗୁରୁତର ଆଘାତ ଦେବାକୁ ଅପରାଧିକ ଧମକ) ଓ ୨୦୧ (ପ୍ରମାଣ ଗାଏବ କରିବା ଏବଂ ଅପରାଧୀଙ୍କୁ ବଞ୍ଚାଇବା ପାଇଁ ଭୁଲ ସୂଚନା ଦେବା)।

ଏପ୍ରିଲ ୧୪ ତାରିଖ ସକାଳେ ସଲମାନ ଖାନଙ୍କ ବାନ୍ଦ୍ରା ନିବାସ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଦୁଇ ଜଣ ବାଇକରେ ଆସି ଚାରି ରାଉଣ୍ଡ ଗୁଳି ଫୁଟାଇଥିଲେ । ଏହି ମାମଲାରେ ପୋଲିସ ଆଇପିସିର ଧାରା ୩୦୭ (ହତ୍ୟା ଉଦ୍ୟମ) ଅଧୀନରେ ଏଫ୍ଆଇଆର୍ ରୁଜୁ କରିଥିଲା।

#Odia#Odisha#News
Share Article:

Related Articles