News Room Odisha
BREAKING
Odia

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ : ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର ଉତ୍ତପ୍ତ ସହର

ଭୁବନେଶ୍ଵର – ଆଜି ବି ରାଜ୍ୟର ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ତାତି । ୪୧ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ଵରରେ ୪୦.୭, ବାଲେଶ୍ଵରରେ ୪୦.୧ , ରାଉରକେଲାରେ ୩୯.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ପାଇଁ କେନ୍ଦୁଝର, ମୟୃରଭଞ୍ଜ ଏବଂ ଅନୁଗୁଳ ଜିଲ୍ଲାକୁ ହିଟ୍ ଓ୍ବେଭ୍ [...]

Admin•April 21, 2024
Share Article:

ଭୁବନେଶ୍ଵର – ଆଜି ବି ରାଜ୍ୟର ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ତାତି । ୪୧ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ଵରରେ ୪୦.୭, ବାଲେଶ୍ଵରରେ ୪୦.୧ , ରାଉରକେଲାରେ ୩୯.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ପାଇଁ କେନ୍ଦୁଝର, ମୟୃରଭଞ୍ଜ ଏବଂ ଅନୁଗୁଳ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ଵର , ଯାଜପୁର , ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଟକ , କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଜି ସାମାନ୍ୟ ଆଶ୍ଵସ୍ତି ଆଣିପାରେ କାଳବୈଶାଖୀ। ଆଜିଠୁ ଦକ୍ଷିଣ ଓଡିଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ।

#Odia#Odisha#News
Share Article:

Related Articles