News Room Odisha
BREAKING
Odia

ଶତକ ପରେ ବ୍ୟାଟ୍ ଉପରେ ହେଲମେଟ୍ ରଖି କାହିଁକି ସେଲିବ୍ରେଟ୍ କରନ୍ତି ହେଡ୍ ? ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜନରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଷ୍ଟ୍ରେଲୀୟ ବ୍ଯାଟର ଟ୍ରାଭିସ୍ ହେଡ୍। ସେ ପୁଣି ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୩୨ ବଲରେ ୮୯ ରନର ତୋଫାନି ଇନିଂସ ଖେଳିଛନ୍ତି। ଏହି ସିଜନରେ ହେଡ୍ ଯେଭଳି ବ୍ୟାଟିଂ କରୁଛନ୍ତି ତାଙ୍କୁ ରୋକିବା ପ୍ରତିପକ୍ଷ ଦଳ ମାନଙ୍କ ପକ୍ଷେ ମୁସ୍କିଲ ହୋଇପଡିଛି। ଏହା ପୂର୍ବରୁ ହେଡ୍ ଆରସିବି ବିପକ୍ଷରେ ମାତ୍ର ୩୯ ବଲରେ ଶତକ ମାରିଥିଲେ, ଯାହା ଆଇପିଏଲ୍ ଇତିହାସରେ ଚତୁର୍ଥ [...]

Admin•April 21, 2024
Share Article:

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜନରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଷ୍ଟ୍ରେଲୀୟ ବ୍ଯାଟର ଟ୍ରାଭିସ୍ ହେଡ୍। ସେ ପୁଣି ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୩୨ ବଲରେ ୮୯ ରନର ତୋଫାନି ଇନିଂସ ଖେଳିଛନ୍ତି। ଏହି ସିଜନରେ ହେଡ୍ ଯେଭଳି ବ୍ୟାଟିଂ କରୁଛନ୍ତି ତାଙ୍କୁ ରୋକିବା ପ୍ରତିପକ୍ଷ ଦଳ ମାନଙ୍କ ପକ୍ଷେ ମୁସ୍କିଲ ହୋଇପଡିଛି। ଏହା ପୂର୍ବରୁ ହେଡ୍ ଆରସିବି ବିପକ୍ଷରେ ମାତ୍ର ୩୯ ବଲରେ ଶତକ ମାରିଥିଲେ, ଯାହା ଆଇପିଏଲ୍ ଇତିହାସରେ ଚତୁର୍ଥ ଦ୍ରୁତତମ ଶତକ ଥିଲା। ଶତକ ହାସଲ ପରେ ସେ ନିଜ ବ୍ୟାଟ୍ ଉପରେ ହେଲମେଟ୍ ରଖି ନିଆରା ଢଙ୍ଗରେ ସେଲିବ୍ରେସନ କରିଥିଲେ। ତେବେ ତାଙ୍କର ଏପରି ସେଲିବ୍ରସନ ପଛରେ ଏକ କାରଣ ରହିଛି ଯାହା ଅନେକ ଜାଣି ନାହାଁନ୍ତି।

ଯେତେବେଳେ ଟ୍ରାଭିସ୍ ହେଡଙ୍କୁ ତାଙ୍କର ଏପରି ସେଲିବ୍ରସନ ସମ୍ପର୍କରେ ପଚରାଯାଇଥିଲା ସେ କହିଥିଲେ, କିଛି ବର୍ଷ ତଳେ ତାଙ୍କର ଜଣେ ଭଲ ବନ୍ଧୁ ଫିଲିପ ହ୍ୟୁଗ୍ସଙ୍କ ମୁଣ୍ଡରେ ବଲ୍ ବାଜି ମୃତ୍ୟୁ ହୋଇଥିଲା । ସେଥିପାଇଁ ସେ ଯେବେ ବି ଶତକ ହାସଲ କରନ୍ତି, ସେ ଫିଲିପ୍ ହ୍ୟୁଗ୍ସଙ୍କୁ ଜଣେ ସହିଦ୍ ଭାବେ ସମ୍ମାନିତ କରି ଏଭଳି ଶାନ୍ତ ସେଲିବ୍ରସନ କରନ୍ତି । ସୂଚନାଯୋଗ୍ୟ ଯେ ୨୦୧୯ ମସିହାରେ ଟ୍ରାଭିସ୍ ହେଡ୍ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ସେ ସେହି ଶତକୀୟ ଇନିଂସକୁ ଫିଲିପ୍ ହ୍ୟୁଗ୍ସଙ୍କୁ ଉତ୍ସର୍ଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୫, ୨୦୧୪ରେ ଅଷ୍ଟ୍ରେଲିଆର ସେଫିଲ୍ଡ ସିଲ୍ଡ ଘରୋଇ ଟୁର୍ଣ୍ଣାମେଣ୍ଟରେ ସାଉଥ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁ ସାଉଥ ୱେଲ୍ସ ମଧ୍ୟରେ ମ୍ୟାଚ୍ ବେଳେ ହ୍ୟୁଗ୍ସଙ୍କ ମୁଣ୍ଡରେ ବଲ୍ ବାଜି ମୃତ୍ୟୁ ହୋଇଥିଲା । ହ୍ୟୁଗ୍ସ ସେହି ମ୍ୟାଚରେ ସାଉଥ୍ ଅଷ୍ଟ୍ରେଲିଆ ପାଇଁ ଖେଳୁଥିଲେ। ସେ ୧୬୧ ବଲରେ ୬୩ ରନ୍ କରି ବ୍ୟାଟିଂ କରୁଥିବା ବେଳେ ନ୍ୟୁ ସାଉଥ ୱେଲ୍ସ‌ର ଦ୍ରୁତ ବୋଲର ସନ୍ ଆବଟଙ୍କ ବାଉନ୍ସର୍ ବଲ୍ ତାଙ୍କ ହେଲମେଟ୍ (ବାମ କାନ ଉପରକୁ)ରେ ବାଜିଥିଲା। ସେ କ୍ରିଜରେ ହିଁ ଟଳି ପଡ଼ିଥିଲେ । ସେ କୋମାକୁ ଚାଲି ଯାଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୨୭, ୨୦୧୪ରେ ତାଙ୍କର ମୃତ୍ୟୁ ହୋଇଥିଲା।

#Odia#Odisha#News
Share Article:

Related Articles