News Room Odisha
BREAKING
Odia

ରୋମାଞ୍ଚକ ମ୍ୟାଚରେ ଆରସିବିକୁ ୧ ରନରେ ହରାଇଲା କେକେଆର୍

କୋଲକାତା: ଇଡେନ୍ ଗାର୍ଡେନ୍ସରେ ରବିବାର ଆଇପିଏଲର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଦେଇଛି ‌। ଏହି ବିଜୟ ସହିତ କୋଲକାତା ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । କେକେଆର୍ ପ୍ରଦତ୍ତ ୨୨୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆରସିବିକୁ ଜିତିବା ପାଇଁ ଶେଷ ଓଭରରେ ୨୧ ରନ୍ ଦରକାର ହେଉଥିଲା। ମିଚେଲ ଷ୍ଟାର୍କଙ୍କ ଏହି ଓଭରରେ ଆରସିବି ବ୍ୟାଟର [...]

Admin•April 21, 2024
Share Article:

କୋଲକାତା: ଇଡେନ୍ ଗାର୍ଡେନ୍ସରେ ରବିବାର ଆଇପିଏଲର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଦେଇଛି ‌। ଏହି ବିଜୟ ସହିତ କୋଲକାତା ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।

କେକେଆର୍ ପ୍ରଦତ୍ତ ୨୨୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆରସିବିକୁ ଜିତିବା ପାଇଁ ଶେଷ ଓଭରରେ ୨୧ ରନ୍ ଦରକାର ହେଉଥିଲା। ମିଚେଲ ଷ୍ଟାର୍କଙ୍କ ଏହି ଓଭରରେ ଆରସିବି ବ୍ୟାଟର କର୍ଣ୍ଣ ଶର୍ମା ୪ଟି ବଲରେ ୩ଟି ଛକା ମାରି ମ୍ୟାଚକୁ ରୋମାଞ୍ଚକ କରିଦେଇଥିଲେ। କିନ୍ତୁ ସେ ଓଭରର ପଞ୍ଚମ ବଲରେ ଆଉଟ୍ ହୋଇଯାଇଥିଲେ। ଫଳରେ ଆରସିବିକୁ ଶେଷ ବଲରେ ଆଉ ୩ ରନ୍ ଆବଶ୍ୟକ ହୋଇଥିଲା । ଲକି ଫର୍ଗୁସନ୍ କଭର ଆଡକୁ ଏକ ସଟ୍ ଖେଳି ୨ ରନ୍ ପାଇଁ ଦୌଡ଼ିଥିଲେ । ସେ ଗୋଟିଏ ରନ୍ ପୂରଣ କରିଥିଲେ, କିନ୍ତୁ ଦ୍ୱିତୀୟ ରନ୍ ନେବା ଉଦ୍ୟମରେ ରନ୍ ଆଉଟ୍ ହୋଇଥିଲେ। ଆରସିବି ମାତ୍ର ୧ ରନରେ ମ୍ୟାଚ୍ ହାରିଯାଇଥିଲା ।

୨୨୨ ରନର ବିଜୟ ଲକ୍ଷ୍ୟ ଜବାବରେ ଆରସିବି ୨୦ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୨୨୧ ରନ୍ କରିଥିଲା। ଦଳ ପକ୍ଷରୁ ଓ୍ବିଲ ଜ୍ୟାକ୍ସ ୫୫ ଓ ରଜତ ପାଟିଦାର ୫୨ ରନ୍ କରିଥିଲେ। ବିରାଟ କୋହଲି ୧୮ ରନ୍ କରି ଆଉଟ୍ ହୋଇଥିବା ବେଳେ କ୍ୟାପଟେନ ଫାଫ୍ ଡୁ ପ୍ଲେସିସ୍ ୭ ରନ୍ କରିଥିଲେ । କେକେଆର୍ ତରଫରୁ ଅଣ୍ଡ୍ରେ ରସେଲ୍ ୩ଟି ଓ୍ବିକେଟ୍ ନେଇଥିଲେ। ସୁନିଲ ନାରାଇନ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ।

ପୂର୍ବରୁ ବେଙ୍ଗାଲୁରୁ ଟସ୍ ଜିତି କେକେଆରକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୯ ଓଭରରେ ୬ ୱିକେଟ୍ ହରାଇ ୨୨୨ ରନ୍ କରିଥିଲା। କେକେଆର୍ ତରଫରୁ କ୍ୟାପଟେନ୍ ଶ୍ରେୟସ ଆୟର ୫୦, ଫିଲ୍ ସଲ୍ଟ ୪୮, ରସେଲ ୨୭* ରନ୍ କରିଥିଲେ। ଆରସିବି ପକ୍ଷରୁ ଗ୍ରୀନ୍ ଓ ୟଶ୍ ଦୟାଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

#Odia#Odisha#News
Share Article:

Related Articles