News Room Odisha
BREAKING
Odia

ଆସନ୍ତା ୨୪ରୁ ହିଞ୍ଜିଳିରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ୩୦ରେ ପ୍ରାର୍ଥିପତ୍ର ଦାଖଲ ସମ୍ଭାବନା

ଭୁବନେଶ୍ୱର – ବିଜେଡିର ଶୀର୍ଷ ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେ ପ୍ରତିନିଧିତ୍ଵ କରୁଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଦଳ ପାଇଁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ। ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୪ ତାରିଖରେ ସକାଳ ସାଢେ ୧୦ଟାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଶେରଗଡରେ ମଧ୍ୟ ଏକ ଜନସଭାକୁ ଉଦବୋଧନ ଦେବେ । ଏଥର ମଧ୍ୟ [...]

Admin•April 22, 2024
Share Article:

ଭୁବନେଶ୍ୱର – ବିଜେଡିର ଶୀର୍ଷ ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେ ପ୍ରତିନିଧିତ୍ଵ କରୁଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଦଳ ପାଇଁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ। ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୪ ତାରିଖରେ ସକାଳ ସାଢେ ୧୦ଟାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଶେରଗଡରେ ମଧ୍ୟ ଏକ ଜନସଭାକୁ ଉଦବୋଧନ ଦେବେ ।

ଏଥର ମଧ୍ୟ ହିଞ୍ଜିଳିରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ନବୀନ ଆସନ୍ତା ୩୦ରେ ମା’ ତାରାତାରିଣୀଙ୍କୁ ଦର୍ଶନ କରି ଛତ୍ରପୁରରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

#Odia#Odisha#News
Share Article:

Related Articles