News Room Odisha
BREAKING
Odia

ନିର୍ବାଚନ ପ୍ରଚାର ବେଳେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ – ନିର୍ବାଚନ ପ୍ରଚାର ବେଳେ ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ଦଳୀୟ ନେତା ତଥା ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସହ ଆଜି ପିପିଲିରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ଅରୂପ ପଟ୍ଟନାୟକ । ଏକ ଖୋଲା ଗାଡ଼ିରେ ପ୍ରଚାର କରୁଥିବା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଓ ତଳେ ବସି ପଡ଼ିଥିଲେ । ବିଧାୟକ ଏବଂ ଦଳୀୟ କର୍ମୀମାନେ ପାଣି ଛିଞ୍ଚି [...]

Admin•April 22, 2024
Share Article:

ପୁରୀ – ନିର୍ବାଚନ ପ୍ରଚାର ବେଳେ ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ଦଳୀୟ ନେତା ତଥା ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସହ ଆଜି ପିପିଲିରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ଅରୂପ ପଟ୍ଟନାୟକ । ଏକ ଖୋଲା ଗାଡ଼ିରେ ପ୍ରଚାର କରୁଥିବା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଓ ତଳେ ବସି ପଡ଼ିଥିଲେ । ବିଧାୟକ ଏବଂ ଦଳୀୟ କର୍ମୀମାନେ ପାଣି ଛିଞ୍ଚି ତାଙ୍କୁ ସାମାନ୍ୟ କରିଥିଲେ। ଏହାପରେ କାର୍‌ ଯୋଗେ ତାଙ୍କୁ ନିକଟସ୍ଥ ପିପିଲି ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ରକ୍ତଚାପ କମି ଯାଇଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତାଙ୍କୁ ଇଞ୍ଜେକସନ ଦିଆଯାଇଥିଲା। ଏଥିସହ ସାଲାଇନ୍‌ ନେବାକୁ ବି ଡାକ୍ତର ପରାମର୍ଶ ଦେଇଥିଲେ।

#Odia#Odisha#News
Share Article:

Related Articles